Breaking News

ସତ୍ୟବାଦୀରେ ଲୋକାଲ ୫ କରୋନା ପଜେଟିଭି ଚିହ୍ନଟ; ହୋତାସାହି ଓ ବରାଳର ଦଳିତବସ୍ତି କଣ୍ଟେନମେଣ୍ଟ

 ସାକ୍ଷୀଗୋପାଳ-----  ପୁରୀ ଜିଲ୍ଲାର ସତ୍ୟବାଦୀ ଅଞ୍ଚଳରେ ଦିନକୁଦିନ କରୋନା ପଜେଟିଭିଙ୍କ ସଂଖ୍ୟା ବଡିବାରେ ଲାଗିଛି । ବିଶେଷ କରି ସଂଗରୋଧ ଓ ପ୍ରବାସୀ ଓଡିଆଙ୍କ ସହିତ ମିଳାମିଶା କରିଥିବା ଲୋକମାନେ ଏବେ କରୋନା ପଜେଟିଭି ଚିହ୍ନଟ ୋରି ଥିବା ବେଳେ ସୁଆଁଲେ ଗ୍ରାମର ଜଣେ କରୋନା ପଜେଟିଭି ବାହାରିଥିବା ଜଣାପଡିଛି । ଏହି ଦୁଇଟି ଗ୍ରାମ ବ୍ଳକ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ   ରହିଛି । ଏମାନଙ୍କ ଆଗରୁ ଏହି ଦୁଇ ଗ୍ରାମରେ ପଜେଟିଭି ବାହାରିଥିବାରୁ ବ୍ଳକ ପ୍ରଶାସନ କଣ୍ଟେନମେଣ୍ଟ ଘୋଷଣା କରିଥିଲେ ।  ଏବେ ପୁଣି ସେହି ଅଞ୍ଚଳରୁ ପଜେଟିଭି ବାହାରିବା ପରେ କଣ୍ଟେନମେଣ୍ଟ ବଳବତ୍ତ ରହିଲା ବୋଲି ସତ୍ୟବାଦୀ ବ୍ଳକ ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ସୁଚନା ମିଳିଛି । ଅନ୍ୟ ପକ୍ଷେ ପେଣ୍ଠପଡା ଗ୍ରାମ ପଞ୍ଚାୟତର ଗୋପାଳପୁର ପାଟଣା ( ହୋତାସାହି ) ଗ୍ରାମର ଜଣେ କରୋନା ଯୋଦ୍ଧା ତଥା ପୋଲିସ କର୍ମଚାରୀ ପଜେଟିଭି ଆସିବା ପରେ ଉକ୍ତ ଗ୍ରାମର ସମସ୍ତ ପ୍ରବେଶ ପଥକୁ ସ୍ଥାନୀୟ ସରପଞ୍ଚ ବାସନ୍ତୀ ବେହେରା ଓ ୱାର୍ଡ ସଭ୍ୟ ମାନଙ୍କ ଉପସ୍ଥିତିରେ ସିଲ କରାଯାଇଛି ।  ସେହିପରି କାଦୁଆ ଗ୍ରାମ ପଞ୍ଚାୟତର ବରାଳ ଗ୍ରାର ହରିଜନ ବସ୍ତିରେ ଜଣେ କରୋନା ପଜେଟିଭି ବାହାରିବା ପରେ ଉକ୍ତ ଗ୍ରାମର ପ୍ରବେଶ ପଥ ସିଲ କରାଯାଇ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ବୋଲି ବିଡିଓ ଶ୍ରୀ ଦତ୍ତଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳ ବଜାର ପାଖରେ ଥିବା ଗୋପାଳପୁର ପାଟଣା ଗ୍ରାମ ଅବସ୍ଥିତ । ଏଣୁ ସନ୍ଦେହ କରାଯାଉଛି ଯେ ଉକ୍ତ ଯୁବକ ଜଣଙ୍କ ବଜାର ସହିତ ଗ୍ରାମରେ ଓ ବହୁ ଲୋକଙ୍କ ସହ ମିଳାମିଶା କରିଥବା ସନ୍ଦେହ କରାଯାଉଛି ।  
ସାକ୍ଷୀଗୋପାଳରୁଧୀରେନ୍ଦ୍ର ସେନାପତି 

Blog Archive

Popular Posts