Breaking News

କରୋନା ଆକ୍ରାନ୍ତ ଚିହ୍ନଟ ପରେ ବରପଦା ଗ୍ରାମକୁ ସଟଡାଉନ ଘୋଷଣା କଲେ ସରପଞ୍ଚ

ଡେଲାଙ୍ଗ ------ ଡେଲାଙ୍ଗ ବ୍ଳକର ବରପଦା ଗ୍ରାମର ଜଣେ ରେଳୱ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବ୍ଳକ ପ୍ରଶାସନ ପକ୍ଷରୁ ସୁଚନା ମିଳିଛି । ଗ୍ରାମକୁ ସ୍ଥାନୀୟ ସରପଞ୍ଚ ଦମୟନ୍ତୀ ନିଶଙ୍କ ସଟ ଡାଉନ ଘୋଷଣା କରିଛନ୍ତି ।  ସୁଚନାଯୋଗ୍ୟ ଯେ ଉକ୍ତ ଯୁବକ ଜଣଙ୍କ ଜଣେ ରେଳୱର ଏସି ମେକାନିକ ଭାବେ କାର୍ଯ୍ୟକରନ୍ତି । ସେ ଦୀଲ୍ଲୀ ଯାଇଥିଲେ । ସେଠାରୁ ଫେରିବା ପରେ ମଞ୍ଚେଶ୍ୱର ସଂଗେରାଧ କେନ୍ଦ୍ରରେ ତାଙ୍କର ସ୍ୱାବ ଟେଷ୍ଟ ହୋଇଥିଲା । ମାତ୍ର ଯୁବକ ଜଣଙ୍କ ନିଜର ଠିକଣା ସଠିକ ଦେଇନ ଥିଲେ । ଅନ୍ୟ ପକ୍ଷେ ତାଙ୍କର ସ୍ୱାବ ଟେଷ୍ଟ ରିର୍ପୋଟ ପଜେଟିଭ ଆସିବା ପରେ ତାଙ୍କୁ ଖୋଜା ଯାଇଥିଲା । ଦେଇଥିବା ଠିକଣାରେ ନ ପାଇବାରୁ  ପ୍ରଶାସନ ଅଧିକାରୀ ମାନଙ୍କର ଚିନ୍ତା ବଡି ଯାଇଥିଲା । ବହୁ ସମୟ ପରେ  କରୋନା ଆକ୍ରାନ୍ତଙ୍କ ସଠିକ ଠିକଣା ମିଳିବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ କୋଭିଡ-୧୯ ମେଡିକାଲକୁ ନିଆଯାଇଛି । ମାତ୍ର ଯୁବକ ଜଣଙ୍କ ଗ୍ରାମରେ ଭୋଜିଭାତ କରିବା ସହ ଦେକାନ ବଜାରରେ ବୁଲା ବୁଲି କରିଥିବା ଜଣାପଡିଛି । ସ୍ଥାନୀୟ ସରପଞ୍ଚ ଦମୟନ୍ତୀ ନିଶଙ୍କ ଏହି ଖବର ପାଇ ତୁରନ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ପାଇଁ ବ୍ଳକ ବିଡିଓ କ୍ଷୀରୋଦ୍ର ପ୍ରଧାନ ଓ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଅନ୍ୟ ପକ୍ଷେ ଯୁବକ ଜଣଙ୍କ ସହିତ କେଉଁ କେଉଁ ମାନେ ମିଶିଛନ୍ତି ଏକ ତାଲିକା ପ୍ରସ୍ତୁତି କରାଯାଉଛି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts