ଘରକୁ ଘର ବୁଲି କରୋନା ତଥ୍ୟ ସଂଗ୍ରହ ସହିତ ହାତଧୁଆ ସଚେତନତା କଲେ ଅଙ୍ଗନୱାଡି ଓ ଆଶାକର୍ମୀ
ସାକ୍ଷୀଗୋପାଳ----ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଡିବାରେ ଲାଗିଛି । କମିବାର ନାଁ ଗନ୍ଦ ଧରୁନାହିଁ । ଆଗାମୀ ଦିନରେ ରାଜ୍ୟ ସରକାର କହିଛନ୍ତି ୪ ସପ୍ତାହ ଆମ ପାଇଁ ବହୁ ଜରୁରୀ । ଏହାକୁ ନଜର କର ପୁରୀ ଜିଲ୍ଲାପାଳ ବଲୱାନ୍ତ ସିଂଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ସିଡିପିଓ ପ୍ରେମବାଳା ତ୍ରିପାଠୀଙ୍କ ତତ୍ୱବଧାନରେ ସତ୍ୟବାଦୀ ବ୍ଳକରେ ଘରକୁ ଘର ବୁଲିରେ ଅଙ୍ଗନୱାଡ ଓ ଆଶା କର୍ମୀ । ସେମାନେ ପ୍ରତି ଦିନ ଘରକୁ ଘର ଦୁଇ ଥର ବୁଲିକି ପରିବାର ମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିବେ । ଅପରାହ୍ନ ୪ଟା ସୁଦ୍ଧା ସମସ୍ତ ତଥ୍ୟ ମହିଳା ଶିଶୁ ବିକାଶ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ଫଟୋ ଓ ତଥ୍ୟ ପ୍ରଦାନ କରାଯାଉଛି । ଏଥିରେ ଗର୍ଭବତୀ, ପ୍ରସ୍ତୁତି, ଜନ୍ମରୁ ୧୦ ବର୍ଷର ପିଲା ମାନଙ୍କର, ୬୦ ବର୍ଷରୁ ୮୦ ବର୍ଷର ଲୋକ ମାନଙ୍କ ସହିତ ବିଭିନ୍ନ ରୋଗରେ ଅସୁସ୍ଥ ହୋଇଥିବା ଲୋକମାନଙ୍କର ତଥ୍ୟ ସଂଗ୍ରହ କରୁଛନ୍ତି । ଏହା ସହିତ ପରିବାର ଲୋକମାନଙ୍କୁ କିପରି ସାବୁନରେ ହାତ ଧୋଇବେ, ଆବଶ୍ୟକତା ନ ଥିଲେ ଘରୁ ନ ବାହାରିବା, ମୁହଁରେ ମାସ୍କ ବାନ୍ଦିବା, ସାମାଜିକ ଦୂରତା ରକ୍ଷା କରିବା ଆଦି ସମ୍ପର୍କରେ ସଚେତନତା କରାଯାଉଛି ।
ଏହି କାର୍ଯ୍ୟକ୍ରମରେ ବିଶ୍ୱଜିତା ଦେବୀ, ସଂଧ୍ୟାରାଣୀ ସାହୁ, ଲକ୍ଷ୍ମୀମଣି ବେହେରା, ପୁଷ୍ମାଞ୍ଜଳି ବେହେରା, ଉର୍ମିଳା ଦାଶ, ମନସା ସାମନ୍ତରାୟ, ସ୍ୱର୍ଣ୍ଣଲତା ବେହେରା, ସବିତା ଶତପଥୀ, ସୁଲେଚନା ବେହେରା, ରୋହିଣି ମହାପାତ୍ର, ମମତା ମୟୀ ମିଶ୍ର, ଜ୍ୟେତିମୟୀ ବିଶ୍ୱାଳ, ଲକ୍ଷ୍ମୀପିୟା ମହାପାତ୍ର, ମଞ୍ଜୁଳା କର, ଝରଣା ଦାସ, ଓ ଆଶା କର୍ମୀ ବିଜୟ ଲକ୍ଷ୍ମୀ ଦାସ, କୃଷ୍ଣପିୟା ସାହୁ, ସୁଜତା ହୋତା, ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ବାସନ୍ତୀ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାର ଦେଖାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି