ଆଶ୍ୱାସନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ଯୋଦ୍ଧାଭାବେ ସମ୍ବଦ୍ଧିତ
ବରୀ -ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଶ୍ୱସନ ପକ୍ଷରୁ ମଙ୍ଗଳବାର ଗୋପବନ୍ଧୁ ରମାଦେବୀ ଆଶ୍ରମଠାରେ ବରୀ ଅଂଚଳର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବଦ୍ଧିତ କରାଯାଇଛି । ଆଶ୍ୱସନାର ସଭାପତି ସୁବ୍ରତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ସତ୍ୟ ରଂଜନ କର, ଉପଦେଷ୍ଠା ସତ୍ୟନାରାୟଣ ଦାସ, ପ୍ରଫୁଲ ଗିରି ଉପସ୍ଥିତ ରହି କରୋନା ମହାମାରୀ ସମୟରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ଜୀବନକୁ ବାଜି ଲଗାଇ ବରୀ ବ୍ଲକର ବିଭିନ୍ନ ଅଞ୍ଚଳ ଖବର ସଂଗ୍ରହ କରି ପ୍ରଚାର ପ୍ରସାରଣ କରିଥିବାରୁ ସେମାନଙ୍କୁ ପୁଷ୍ପଗୁଛ ଓ ଉପଢୈାକନ ଦେଇ ସମ୍ବଦ୍ଧିତ କରିଥିଲେ । ଏହି କର୍ଯ୍ୟକ୍ରମକୁ ଦୂର୍ଗା ପ୍ରସାଦ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଆଶ୍ୱସନାର ସଦସ୍ୟ ଦୀପକ ଭରଦ୍ୱାଜ,ଆଲୋକ ପରିଡା, ରବିକାନ୍ତ ପଡିଆରୀ, ସୁକାନ୍ତ ନାୟକ, ସୁମନ୍ତ ନାୟକ,ଲକ୍ଷ୍ମୀକାନ୍ତ ଦାସ,ସ୍ମୃତି ରଂଜନ ବେହେରା ସହଯୋଗ କରିଥିଲେ ।
ଯାଜପୁର ବରୀ - ଦର୍ଶନ ବେହେରା
ଯାଜପୁର ବରୀ - ଦର୍ଶନ ବେହେରା