ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କ ସହ ସରପଞ୍ଚ ପାଳିଲେ ରଜ ପର୍ବ
ଜଗତସିଂହପୁର----- ତିର୍ତୋଲ ବ୍ଲକର ଗରାମ ପଞ୍ଚାୟତରେ ସରପଞ୍ଚ ବନଜା ବାସିନୀ ଦାସ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କ ସହ ରଜ ପର୍ବ ପାଳିଛନ୍ତି । ରଜ ତିନି ଦିନ ସେ ସମସ୍ତଙ୍କୁ ସୁସ୍ବାଦୁ ଭୋଜନରେ କରିଛନ୍ତି ଆପ୍ୟାୟିତ । କରୋନା ମହାମାରୀରେ ପରିବାର ପ୍ରିୟ ପରିଜନଙ୍କୁ ଛାଡି ସ୍କୁଲର କ୍ବାରଣ୍ଟାଇନ ଗୃହରେ ଥିବା କେହି ପ୍ରବାସୀ ଯେପରି ମନ ଊଣା ନକରନ୍ତି, ସେଥିପାଇଁ ସେ ନିଜର ସହଯୋଗୀମାନଙ୍କୁ ନେଇ ସେମାନଙ୍କୁ ଖୁସି ରଖିବା ଉଦ୍ଦେଶ୍ୟରେ ପାଳିଥିଲେ ରଜ ପର୍ବ । ମନ ପସନ୍ଦର ସୁସ୍ବାଦୁ ଖାଦ୍ୟ ସେ ସମସ୍ତଙ୍କୁ ଖାଇବାକୁ ଦେଇଥିଲେ । ପୂର୍ବ ତନ ସରପଞ୍ଚ କିଶୋର କୁମାର ସାହୁଙ୍କ ତତ୍ତ୍ବାବଧାନରେ ସାମାଜିକ ଦୂରତା ରକ୍ଷା କରି ରଜ ପର୍ବ ଖୁସି ପାଳିଥିଲେ ଅନ୍ତେବାସୀ ମାନେ । ତିର୍ତୋଲ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ବାଳ,ଗରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସୁରେଶ ଚନ୍ଦ୍ର ମଲ୍ଲିକ,ବରିଷ୍ଠ ନାଗରିକ ସହଦେବ କୁଅଁର,ନିକୁଞ କିଶୋର ଶତପଥୀ,ଯଶୋବନ୍ତ କର,ବିଶ୍ବଜିତ ତାରେଣିଆ,ପ୍ରଶାନ୍ତ ପରିଡା,ପ୍ରୀତି ରଂଜନ ଖୁଣ୍ଟିଆ,ରଶ୍ମିରଞ୍ଜନ କର,ବିଷ୍ଣୁ ଚରଣ ପାତ୍ର,ଅକ୍ଷୟ ବେହେରା,ସର୍ବେଶ୍ବର ମହାରଣା,ମାନସ ବେହେରା, ପ୍ରତାପ ପଣ୍ଡା,ଜାନକୀ ବଲ୍ଲଭ ଶତପଥୀ,ପ୍ରଭାତ ବିଶ୍ବାଳ ପ୍ରମୁଖ ପ୍ରବାସୀଙ୍କ ସୁସ୍ଥ ନିରାମୟ ଜୀବନ କାମନା କରି ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ ।
ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର