ଛଅ ଦଫା ଦାବିରେ ବିକ୍ଷୋଭ, ଧାରଣା ଦଶମ ଦିନରେ ପହଞ୍ଚିଲା
ସାକ୍ଷୀଗୋପାଳ ---- ଫଣି କ୍ଷତିଗସ୍ତ କିୟାନୁଷ୍ଠାନ କମିଟି, ନବନିର୍ମାଣ କୃଷକ ସଂଗଠନର ଆବାହକ ଗୋବିନ୍ଦ୍ର ମହାପାତଙ୍କ ତତ୍ୱବଧାନରେ ୬ ଦଫା ଦାବୀରେ ୨୫ ତାରିଖରୁ ସାକ୍ଷୀଗୋପାଳ ଓଭର ବ୍ରିଜ ତଳେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ଓ ଧାରଣା ଚାଲିଛି । ଧାରଣା ଓ ବିକ୍ଷୋଭ ୧୦ ମ ଦିନରେ ପହଞ୍ଚିଛି । ଫନିରେ କ୍ଷତିଗସ୍ତ ପରିବାର ତାଲିକା ପ୍ରସ୍ତୁତିରେ ଅନିୟମିତତା, ଧାନ ମଣ୍ଡି ଖୋଲିବା , ଫନିରେ ନଡିଆ ଗଛ ଭାଙ୍ଗିଥିଲେ ବି କ୍ଷତି ପୂରଣ ମିଳୁନାହିଁ, ବାତ୍ୟାରେ ମୁଗ , ବିରି ନଷ୍ଟ ହୋଇଥିବା ଅର୍ଥ ମିଳୁନାହିଁ ଆଦି ୬ ଦଫା ଦାବିରେ ଫଣି କ୍ଷତିଗସ୍ତ କିୟାନୁଷ୍ଠାନ କମିଟିର ସତ୍ୟବାଦୀ ବ୍ଳକର ସଭାପତି ପ୍ରାଣନାଥ ବିଶ୍ୱାଳ ଉପସଭାପତିଶରତ ଚନ୍ଦ୍ର ପ୍ରଧାନ ଙ୍କ ସୌହିତ ଅନ୍ୟ ମାନେ ଧାରଣାରେ ବସି ରହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି