ବିଜେପି ପକ୍ଷରୁ ବସ କର୍ମଚାରୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ବରୀ--- ଭାରତରେ କରୋନା ପ୍ରଭାବ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ ଡାଉନ ଓ ସଟ୍ ଡାଉନ ନିୟମ ପ୍ରଣୟନ କରିଛନ୍ତି । ଏହି ଲକ ଡାଉନ ଓ ସଟ୍ ଡାଉନ ନିୟମ ପ୍ରଭାବ ଯୋଗୁ ଗାଡି ମଟର ଆଜକୁ ୨ ମାସରୁ ଉର୍ଦ୍ଧ ଚଳାଚଳ ବନ୍ଦ ହୋଇଯାଇଛି । ବରୀ ନିର୍ବାଚନ ମଣ୍ଡଳିର ଘରୋଇ ବସ ଡ୍ରାଇଭର,କଣ୍ଡକଟର ଓ ହେଲପର ମାନେ ବସ ଚଳାଚଳ ନ କରିବାରୁ ଗୃହବନ୍ଦି ହୋଇ ଘରେ ବସି ରହିଛନ୍ତି । ବିଭିନ୍ନ ଅନୁଷ୍ଠାନ ତରଫରୁ ପ୍ରଭାବିତ ଲୋକମାନଙ୍କୁ ସହାୟତା ଦେଉଥିବାବେଳେ ଏମାନଙ୍କ କଥା ସମସ୍ତେ ଭୁଲିଯାଇଥିଲେ । ଗଣମାଧ୍ୟମ ଦ୍ୱାର ଖବର କାଗଜରେ ପ୍ରକାଶ ପାଇବା ଓ ସୋସିଆଲ ମିଡିଆରେ ମା ବୁଢୀ ଜାଗୁଳାଇ ବସ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଭାଇରାଲ ହୋଇଥିଲା । ଏହି ଖବର ପାଇ ବିଜେପି ନେତା ବିଶ୍ୱ ରଂଜନ ମଲ୍ଲିକ ସହାୟତାର ହାତ ବଢାଇଛନ୍ତି । ଶୁକ୍ରବାର ମଧ୍ୟାହ୍ନରେ କୃପାସିନ୍ଧୁ ବିଦ୍ୟା ଭବନ ଖେଳ ପଡିଆଠାରେ ପ୍ରଥମେ ସଂଘର କର୍ମଲର୍ତ୍ତାମାନଙ୍କ ସହିତ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରି ବୁଝିଥିଲେ । ଉଚ୍ଚ କତ୍ତୁପକ୍ଷଙ୍କ ସହିତ ଆଲୋଚନା କରିବାକୁ ସେମାନଙ୍କୁ ପ୍ରତିଶୃତି ଦେଇଥିଲେ । ବରୀ ନିର୍ବାଚନ ମଣ୍ଡଳୀର ୨୩୦ ଜଣ ଡ୍ରାଇଭର,କଣ୍ଡକଟର ଓ ହେଲପର ମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଅନ୍ୟମାଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସୁବାଶିନି ଶର୍ମା,ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଂଜ,ସରପଞ୍ଚ ବିଜୟ କିଶୋର ସାହାଣି, ପ୍ରାକ୍ତନ ସରପଞ୍ଚ ଦିଲ୍ଲିପ ମହାନ୍ତି ଓ ସମିତ ସଭ୍ୟ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥି ଥିଲେ ।
ଯାଜପୁର ବରୀ - ଦର୍ଶନ ବେହେରା