Breaking News

ସତ୍ୟବାଦୀରେ ସାମାଜିକ ଦୂରତା ଓ ମାସ୍କ ପିନ୍ଦିବା ଆଇନକୁ ଫୁ

ସାକ୍ଷୀଗୋପାଳ ---  ସାକ୍ଷୀଗୋପାଳ ବଜାର  ସହିତ ପରିବା ବଜାର, ମାଂସ, ମାଛ ଦେକାନ ମାନଙ୍କରେ କେହି ସାମାଜିକ ଦୂରତା ରକ୍ଷା କରୁନାହାନ୍ତି । ଅନ୍ୟ ପକ୍ଷେ ରାଜ୍ୟ ସରକାର କୋଭିଡ- ୧୯ ଆଇନ ଅନୁସାରେ ସାମାଜିକ ଦୂରତା ରକ୍ଷା କରିବା ସହ  ଓ ମାସ୍କ ପିନ୍ଦିବା ପାଇଁ ଆଇନ କରିଥିଲେ ମଧ୍ୟ ସତ୍ୟବାଦୀରେ କେହି ଆଇନ ମାନିବାକୁ ପ୍ରସ୍ତୁତ ନାହାନ୍ତି । ଏପରିକି ଅନ୍ୟ ଅଞ୍ଚଳରେ ଲୋକମାନଙ୍କ ଠାରୁ ଜୋରିମାନ ଆଇନ କରାଯାଉଥିଲେ ମଧ୍ୟ ସତ୍ୟବାଦୀ କିଛି ନାହିଁ । ଯାହାକି ଜଣସାଧାରଣ କୋଭିଡ-୧୯ ଆଇନକୁ ମାନିବାକୁ କେହି ରାଜି ନାହାନ୍ତି । ରାତି ୯ ଟା ପରେ ଦେକାନ ବଜାର ବନ୍ଦ କରିବା ପାଇଁ ସରକାର ନିସ୍ପତି ଗ୍ରହଣ କରିଥିଲେ ମଧ୍ୟ ସାକ୍ଷୀଗୋପାଳ ବଜାରରେ କେତକ ଦେକାନୀ ଦେକାନ ଆଗ ବନ୍ଦ କରି ଦେଇ ଭିତରେ ରହି ବେପାର କରୁଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts