ଅତାବିରା ବ୍ଲକରେ ୧୬୩୧ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୨୮ଜଣ ଅନୁପସ୍ଥିତ
ବରଗଡ଼ ---ଆଜି ବରଗଡ଼ଜିଲ୍ଲା ଅତାବିରା ବ୍ଲକରେ ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ ଆନୁକୂଲ୍ୟରେ ଜିଲ୍ଲା ଓ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା।ପ୍ରଥମ ଦିନରେ ବ୍ଲକର ୯ଟି କେନ୍ଦ୍ରରେ ୩୨ଟି ହାଇସ୍କୁଲର ୧୬୩୧ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୮ଜଣ ଛାତ୍ରଛାତ୍ରୀ କୌଣସି କାରଣ ବଶତଃ ଅନୁପସ୍ଥିତ ଥିବା ନୋଡାଲ ପକ୍ଷରୁ ଜଣାପଡିଛି।ଏହି ମାଟ୍ରିକ ପରୀକ୍ଷା ସୁପରିଚାଳନା ପାଇଁ ସେଣ୍ଟର ସୁପରିସଟେଣ୍ଡେ ୯ଜଣ ଓ ଡେପୁଟି ସୁପରିସଟେଣ୍ଡେ ୯ଜଣଙ୍କୁ ସ୍ଵତନ୍ତ୍ର ଭାବେ ନିଯୁକ୍ତି କରାଯାଇଛି।ସେହିପରି ରେଗୁଲାର ଓ ଏସ୍କ ରେଗୁଲାର ମିଶି ମୋଟ ୧୬୦୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।ଅତାବିରା ବାଳିକା ଉଚ୍ଚ ବିଦ୍ୟାଳୟରେ ୧୮୭ରୁ୧୮୬ଜଣ,ବାଳକ ଉଚ୍ଚ ବିଦ୍ୟାଳୟରେ ୧୭୭ରୁ୧୭୩ଜଣ,ଭି ଏସ ଏସ ହାଇସ୍କୁଲରେ ୧୫୪ରୁ୧୫୧ଜଣ,ଲସ୍ତଲା ହାଇସ୍କୁଲରେ ୧୬୨ରୁ୧୫୯ଜଣ,ପତ୍ରାପାଲି ହାଇସ୍କୁଲରେ ୧୬୮ରୁ୧୬୪,କାଦୋବାହାଲ ହାଇସ୍କୁଲରେ ୨୦୬ରୁ୨୦୫ଜଣ,ଲରମ୍ଭା ହାଇସ୍କୁଲରେ ୨୧୦ରୁ୨୧୦ଜଣ,ଗୋଡ଼ଭଗା ଜନତା ହାଇସ୍କୁଲରେ ୨୦୩ରୁ ୧୯୩ଜଣ,ଲହଣ୍ଡା ହାଇସ୍କୁଲରେ ୧୬୪ରୁ୧୬୨ଜଣ ସୁରୁଖୁରୁରେ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେଇଥିଲେ।ଏଥି ସହ ସମସ୍ତ ପରୀକ୍ଷା କେନ୍ଦ୍ର ଯାଞ୍ଚ ପାଇଁ ଜିଲ୍ଲା ଶିକ୍ଷା ବିଭାଗ,ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ବ୍ଲକ ଶିକ୍ଷା ଅଧିକାରୀ ରାଜରାମ ମେହେର ଓ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ରାଜକିଶୋର ପୁଝାରି କେନ୍ଦ୍ର ଗୁଡିକୁ ବୁଲି ଦେଖିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ