Breaking News

ଜାଗର ଯାତ୍ରା ପାଇଁ ଶ୍ରୀଲୋକନାଥଙ୍କ ପୀଠରେ ବ୍ୟାପକ ବନ୍ଦୋବସ୍ତ


ପୁରୀ---- ଦେବଦେବ ମହାଦେବଙ୍କ ପବିତ୍ର ଜାଗର ଯାତ୍ରା ପାଇଁ ପୁରୀ ଶ୍ରୀଲୋକନାଥ ପୀଠରେ ଏଥର ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏହା ପୂର୍ବରୁ ଆଜି ଶ୍ରୀ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ମୁତାବକ, ଫାଲୁଗୁନ କୃଷ୍ଣପକ୍ଷ ଏକାଦଶୀରେ ଏହି ପଙ୍କୋଦ୍ଧାର କରାଯାଇଥାଏ । ଏକ ବର୍ଷ ଧରି ଗମ୍ଭୀରା ଭିତରେ ପଡିରହିଥିବା ବେଲପତ୍ର, କୋରା, କଦଳୀ, ସୁନାରୂପା ଆଦି କାଳକ୍ରମେ ପଙ୍କରେ ପରିଣତ ହୋଇଥିବାରୁ ଏହି ତିଥିରେ ପଙ୍କୋ ଉଦ୍ଧାର କରାଯାଇଥାଏ । ପଙ୍କ ଉଦ୍ଧାର କରାଯିବା ପରେ ଭକ୍ତମାନେ ସଂପୂର୍ଣ୍ଣ ଶ୍ରୀଲୋକନାଥଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । 
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts