ଅସ୍ତରଙ୍ଗରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ
ପୁରୀ---ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ମଙ୍ଗଳବାର ଅସ୍ତରଙ୍ଗ ବ୍ଲକ ଗସ୍ତ କରି ଅସ୍ତରଙ୍ଗ ବ୍ଲକର ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଥିଲେ । ଏହା ସହିତ ଅସ୍ତରଙ୍ଗରେ ପର୍ଯ୍ୟଟନ ଶିଳ୍ପ ର ଅଭିବୃଦ୍ଧି ପାଇଁ ଅସ୍ତରଙ୍ଗ ର ପୀର ଜାହାନିଆ ବେଳାଭୂମିକୂ ପରିଦର୍ଶନ କରିଥିଲେ । ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଆଇସିଜେଡଏମ ସହଯୋଗରେ ଭିତ୍ତିଭୂମି ବିକାଶ ସହ ରାସ୍ତା ସଂଯୋଗୀକରଣ ସହ ଦ୍ଵିତୀୟ ପର୍ଯ୍ୟାୟରେ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ହାସଲ ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ ପାଇଁ ସ୍ଥାନୀୟ ଅଂଚଳ ପରିଦର୍ଶନ କରିଥିଲେ ।ଏହି ଗ୍ରସ୍ତରେ ପୁରୀ ବନଖଣ୍ଡ ଅଧିକାରୀ ଓ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ଉପସ୍ଥିତ ଥିଲେ । ପୁରୀ ରୁ ଜୟନ୍ତ କୁମାର ସେଠୀ