ଅସନ୍ତୋଷର ନିଆଁରେ ଜଳୁଛି ବରଗଡ଼ ସହର
ବରଗଡ଼ ---- ବରଗଡ଼ ଜିଲ୍ଲା ପୁରୁଣା ଜିଲ୍ଲା ଡାକ୍ତରଖାନାକୁ ସିଟି ହସ୍ପିଟାଲ ଦାବିରେ ବାରମ୍ବାର ଦାବି ହୋଇ ଆସୁଥିଲେ ହେଁ ସ୍ଥାନୀୟ ଜନ ସାଧାରଣଙ୍କ କଥାକୁ ଏଡେଇ ଦେଇଛନ୍ତି ଜିଲ୍ଲା ପ୍ରଶାସନ । ୧୨କିଲୋମିଟର ଦୂରକୁ ନେଇଯାଇଥିବା ମୁଖ୍ୟ ଚିକିତ୍ସାଲୟ ଘଟଣାକୁ ଆଜିକୁ ତିନି ଦିନ ହେଲା ଆନ୍ଦୋଳନ ପରେ ଆନ୍ଦୋଳନ ଜାରି ରହିଛି। ପୁଣି ଆଜି ଏହି ଚିକିତ୍ସାଳୟକୁ ନେଇ ବରଗଡ଼ ସହରର ଦୋକାନ,ବଜାର,ସ୍କୁଲ,କଲେକ ସରକାରୀ, ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଏନେଇ ଜିଲ୍ଲା ପ୍ରଶାସନ ତଥା ରାଜନେତା ମାନେ ଆଜି ଯାଏଁ କୌଣସି ପଦକ୍ଷେପ ନ ନେବା ଯୋଗୁଁ ସହରରେ ଅସନ୍ତୋଷର ନିଆଁ ଜଳୁଛି । ଏହି ଆନ୍ଦୋଳନ ଧୀରେ ଧୀରେ ତୀବ୍ର ତର ହୋଇ ଉଗ୍ରରୂପ ନେବାକୁ ବସିଲାଣି। ତଥାପି ମଧ୍ୟ ପ୍ରଶାସନ ନିଦ ଭାଙ୍ଗିନାହିଁ। ଏନେଇ ଯଦି କୌଣସି ଅପ୍ରୀତିକର ଘଟଣା ଘଟେ ତେବେ ସେଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ବରଗଡ଼ ସହରବାସୀଙ୍କ ପକ୍ଷରୁ କୁହାଯାଇଛି ।ଏଥିପ୍ରତି ସ୍ଥାନୀୟ ଜନ ସାଧାରଣଙ୍କ ପ୍ରତି ଦୃଷ୍ଟି ନ ଦେଇ ସହରର ରୋଗୀ ମାନଙ୍କ ସୁବ୍ୟବସ୍ଥା କରିବା ସହ ପୁରୁଣା ଜିଲ୍ଲା ଚିକିତ୍ସାଲୟକୁ ସଦର ଚିକିତ୍ସାଲୟ କରିବା ପାଇଁ ଯଦି ବ୍ୟବସ୍ଥା କରା ନ ଯାଏ ତା ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବରଗଡ଼ ସହର ସମ୍ପୁର୍ଣ୍ଣ ବନ୍ଦ ରଖିବାକୁ ବରଗଡ଼ ସହର ତଥା ବିଭିନ୍ନ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି।ଯାହାକି ଏନେଇ ଆଜି ସକାଳ ୮ଟା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟ ଉକ୍ତ ଆନ୍ଦୋଳନ କାରୀ ଘଟଣା ସ୍ଥଳକୁ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ବିଧାୟକଙ୍କୁ ଘେରି ପୁରୁଣା ଜିଲ୍ଲା ଚିକିତ୍ସାଳୟକୁ ସଦର ଚିକିତ୍ସାଲୟ ଭାବେ ଘୋଷଣା କରିବା ପାଇଁ ଦାବି କରିଥିଲେ। ହେଲେ ଉତ୍ୟକ୍ତ ଜନତା ହୋ ହଲ୍ଲା କରିବା ଯୋଗୁଁ ସ୍ଥାନୀୟ ପୋଲିସ ଲୋକଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଚାରିଆଡେ ଶତାଧିକ ପୋଲିସ ମୁତୟନ ରହିଥିଲେ।କିନ୍ତୁ ଯେବେ ପର୍ଯ୍ୟନ୍ତ ସଦର ଚିକିତ୍ସାଲୟ ରୂପେ ଘୋଷଣା କରା ନଯାଏ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସହରବାସୀ ଚେତାବନୀ ଦେଇଛନ୍ତି।ତେବେ ଦେଖିବାକୁ ବାକି ରହିଲା କେବେ ଲୋକଙ୍କ ଦାବି ପୂରଣ ହେଉଛି। ନା ଆନ୍ଦୋଳନ ଜାରି ରାଜରାସ୍ତାକୁ ଓହ୍ଲାଇବେ ତାହା ସମୟହିଁ କହିବ ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍