Breaking News

ରଙ୍ଗା ଟିକ୍ରାର ଗ୍ରାମ ବାସୀ ଲୋକେ ପାଣି ପାଇଁ ଡ଼ହକ ବିକଳ.


  ବରଗଡ଼-----  ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତର ପାହାଡ଼ ଶ୍ରୀଗିଡା ଯିବା ରାସ୍ତାରେ ଥିବା ରଙ୍ଗାଟିକ୍ରା ପଡା। ବିଗତ ଦେଢ଼ ବର୍ଷ ହେବ ପୃଥକ ପୃଥକ ଭାବେ ଦୁଇଟି ନଳକୂପ ରାସ୍ତା କଡରେ ରାଜ୍ୟ ସରକାର ଖନନ କରିଛନ୍ତି। ଯାହାକି ଏହି ପଡ଼ାରେ ଦୁଇ ଶହରୁ ଅଧିକ ପରିବାର ବସବାସ କରୁଥିବାବେଳେ ଏହି ରାସ୍ତାଦେଇ ଟୋପ,ଅମଳିପାଲି, ପାହାଡ଼ ଶ୍ରୀଗିଡା,ଜାଙ୍ଗେଡ଼,ସିଲେଟ ପ୍ରମୁଖ ପଞ୍ଚାୟତ ମାନଙ୍କରୁ ନିତିଦିନିଆ ଭାବେ ଯାନବାହନ ସହ ପଥଚାରି,ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନେ ଯିବାଆସିବା କରିଥାନ୍ତି। ହେଲେ ଦେଢ଼ ବର୍ଷ ହେବ ଅଚଳ ହୋଇପଡିଛ । ଏହି ନଳକୂପ ଯାତାୟତ କରୁଥିବା ଲୋକ ମାନଙ୍କ ପାଇଁ ନିର୍ଭରଶୀଳ ହୋଇଥିଲା ।  ଲୋକେ ଦୂରରୁ ନଳକୂପ ଦେଖିବା ମାତ୍ରେ ଅଟକି ରହିଥାନ୍ତି ଶୋଷ ମେଣ୍ଟେଇବା ପାଇଁ।କିନ୍ତୁ ନାଳକୂପରେ ପାଣି ବାହାରୁ ନଥିବାରୁ ନିରାଶ ହୋଇ ଫେରି ଯାଇଥାନ୍ତି ନିଜ ବାଟରେ। ତେବେ ଏପରି ଏକ ମୁଖ୍ୟ ରାସ୍ତା କଡରେ ଦୀର୍ଘ ଦେଢ଼ ବର୍ଷ ପର୍ଯ୍ୟନ୍ତ ଅଚଳ ହୋଇ ନଳକୂପ ଟି ପଡିରହିଥିଲେ ମଧ୍ୟ ବିଭାଗୀୟଙ୍କ ନିଦ୍ରା ଭାଙ୍ଗିନାହିଁ ।ଏନେଇ ସ୍ଥାନୀୟ ଗ୍ରାମବାସୀ ଉଦବେଗ ପ୍ରକାଶ କରିଛନ୍ତି।ଆଗକୁ ଆସୁଛି ଗ୍ରୀଷ୍ମ ଋତୁ ହେଲେ ବିଭାଗୀୟ ଏଥିପ୍ରତି ତୁରନ୍ତ ଦୃଷ୍ଟି ବିହିତ ପଦକ୍ଷେପ ନେବା ପାଇଁ ଅଞ୍ଚଳରେ ଦାବି ହେଉଛି।ରାଜ୍ୟ ସରକାର କେବଳ ପାନୀୟଜଳ ସକାଶେ ଯୋଜନା ଉପରେ ଯୋଜନା କରିଚାଲିଛନ୍ତି ହେଲେ ତାର ରକ୍ଷଣା ବେକ୍ଷଣ ପାଇଁ ବିଭାଗୀୟ ଦାଇତ୍ଵ ତୁଲାଉ ନଥିବା ବେଳେ ଗ୍ରାମାଞ୍ଚଳରେ   ପାନୀୟ ଜଳର ଉତ୍କଟ ଦେଖାଦେଉଛି।
ବରଗଡରୁ ନବୀନ ଦାଶ ରିପୋର୍ଟ

Blog Archive

Popular Posts