Breaking News

ଉଦ୍ଧବ ଖଡ଼ିଆଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଏବେ ପ୍ରଶ୍ନବାଚୀ ହୋଇଛି


ବରଗଡ଼------   ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ପାହାଡଶ୍ରୀଗୀଡା ନିକଟସ୍ଥ ରାଇଡ଼  ଖରମୁଣ୍ଡା ମେନ କେନାଲରେ ଏକ ମୃତ ଶରୀର ଆଜି ସକାଳେ  ଭାସୁଥିବାର ଦେଖାଯାଇଥିଲା । ସେଠାରେ ସ୍ନାନ ଶୌଚ କରୁଥିବା ଲୋକେ  ଶବ ଭାସୁଥିବା ଦେଖିଥିଲେ । ସ୍ଥାନୀୟ ଖ୍ରୀଷ୍ଟିଆନ ପଡାର ତିନି ଜଣ ବ୍ୟକ୍ତି ପାଣିକୁ ଡେଇଁ ସାହାସିକତାର ସହ ଶବ କୁଳକୁ ଆଣିବା ସହ ସ୍ଥାନୀୟ ସରପଞ୍ଚ ଓ ଅତାବିରା ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତର ଖାନାକୁ ପଠାଇ ଦେଇଥିଲେ । ଅଞ୍ଚଳରେ ଏହାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ପ୍ରକାଶ ଥାଉକି ଉକ୍ତ ମର ଶରୀରଟି ପାହାଡ଼ଶ୍ରୀଗିଡା ପଞ୍ଚାୟତର ରେଙ୍ଗାଲି ଗ୍ରାମର ଚନ୍ଦନ ପଡା ର ଉଦ୍ଧବ ଖଡ଼ିଆ(୪୦)ବୋଲି ଜଣା ପଡ଼ିଛି।ଉଦ୍ଧବ କୁଳି ମଜୁରି କରି ନିଜର ଗୁଜୁରାଣ ମେଣ୍ଟାଉଥାନ୍ତି ବୋଲି ପାଖ ପଡୋଶୀଙ୍କ ଠାରୁ ଜଣାପଡେ।ବିଶ୍ୱସ୍ତ ସୂତ୍ରରୁ ସୂଚନା ଯୋଗ୍ୟ ଯେ ଉଦ୍ଧବ ଗ୍ରାମରେ ଚାଲିଥିବା ସରସ୍ୱତୀ ପୂଜାରେ ସାମିଲ ହୋଇ ନିକଟରେ ଥିବା ମେନ କେନାଲକୁ ଗତ ଶନିବାର ଦିନ ସରସ୍ୱତୀ ପୂଜା ଭଷାଣି ସମୟରେ ଯାଇ ସରସ୍ୱତୀଙ୍କୁ ବିସର୍ଜନ କରିବାବେଳେ ଉଦ୍ଧବ ଓ ତାଙ୍କ ସାଙ୍ଗ ସାଥୀ ସହ କେନାଳକୁ ଡେଇଁ ଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି।କିନ୍ତୁ ସମସ୍ତେ ଭଷାଣି ପରେ କେନାଳରୁ ପଦାକୁ ବାହାରି ଆସିଥିଲେ ହେଲେ ଉଦ୍ଧବର ପତ୍ତା ମିଳିନଥିବା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇପଡିଛି। ହେଲେ ତିନି ଦିନ ପରେ ଆଜି ସକାଳ ୮ଟାରେ ରେଙ୍ଗାଲି ମେନ କେନାଲରୁ ଅମଳିପାଲି ବ୍ରିଜ ପଟକୁ ଏକ ଶବ ଭାସି ଆସୁଥିବା ଦେଖି କିଏ କିଏ ବୋଲି ସ୍ଥାନୀୟ ଖ୍ରୀଷ୍ଟିଆନ ପଡାର ତିନିଜଣ ଯୁବକ ଜ୍ୟୋତିଶ ଆଇନ, ଗାବେରେଲ କାଣ୍ଡଲାନା ଓ ଜାବୁଲୁନ ଭେଙ୍ଗେରା ନିଜ ଜୀବନକୁ କିଆର ନକରି ପାଣି ଡେଇଁ ଯାଇ ଭାସୁଥିବା ଶବ ଟିକୁ ଉଦ୍ଧାର କରିଥିଲେ।ଉକ୍ତ ଶବଟିକୁ ଉଦ୍ଧାର କରିବା ପରେ ଶବ ଟିର ଦେହରେ କ୍ଷତ ବିକ୍ଷତ ଅନେକ ଗୁଡିଏ ଚିନ୍ହ ସାଙ୍ଗକୁ ମୁଣ୍ଡରୁ ଅନେକ ସ୍ଥାନରୁ ରକ୍ତ ଝରୁଥିଲା।ଯାହାକି କେତେ ଜଣ ଦୁର୍ବୁତ୍ତ ମାରି ଦେଇ ପାଣି ଭିତରକୁ ପିଙ୍ଗି ଦେଇଥିବା ଖବର ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଫୁସୁର ଫାସରୁ ଜଣାପଡେ। ହେଲେ ଘଟଣାଟି କେଉଁ କାରଣରୁ ହେଇଛି ଏବଂ ତାହା ହତ୍ୟା ନା ଆତ୍ମହତ୍ୟା ଯଦି  ପୋଲିସ  ସଠିକ ତଦନ୍ତ କରି ରହସ୍ୟ ଉନ୍ମୋଚନ କରିବାରୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts