ମହର୍ଷି ଦୟାନନ୍ଦ ଗୁରୁକୁଳ ଯୋଗାଶ୍ରମ ମହାବିଦ୍ଯାଳୟର ୧୭ତମ ବାର୍ଷିକ ଉତ୍ସବ
ବରଗଡ଼ଜିଲ୍ଲା ପାଇକମାଲ ସ୍ଥିତ ମହର୍ଷି ଦୟାନନ୍ଦ ଗୁରୁକୁଳ ଯୋଗାଶ୍ରମ ମହାବିଦ୍ଯାଳୟର ୧୭ତମ ବାର୍ଷିକ ଉତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ଏକ ସାମୂହିକ ଯଜ୍ଞ କରା ଯାଇଥିଲା। କନ୍ଯା ଗୁରୁକୁଳ ର ବ୍ରହ୍ମଚାରିଣୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ସାମୂହିକ ଯଜ୍ଞ ପରେ ବ୍ରହ୍ମଚାରୀ ମାନେ ତାଙ୍କର ମାତା ପିତା ମାନଙ୍କର ଚରଣ ବନ୍ଦନା ପୂର୍ବକ ପୂଜା କରିଥିଲେ ଏବଂ ବ୍ଯାୟାମ କୌଶଳ ପ୍ରଦର୍ଶନ କରିଥିଲେ।ଏହି ଅବସରରେ ଅାଚାର୍ଯ୍ଯ ନରଦେବ ୟଜୁର୍ବେଦିଙ୍କ ସଭାପତିତ୍ବରେ ଏକ ଧାର୍ମିକ ସଭା ଅନୁଷ୍ଠିତ ହୋଇଥିଲା।ସଭାରେ ସ୍ବାମୀ ସୁରେଶ୍ବରା ନନ୍ଦ ଆଧୁନିକ ଶିକ୍ଷା ପଦ୍ଧତି ଓ ଗୁରୁକୁଳ ଶିକ୍ଷା ର ତଫାତ୍ ବିଷୟରେ ଅାଲୋକପାତ କରିଥିଲେ । ସଭାରେ ବହୁ ଦୂରାନ୍ତର ରୁ ବୈଦିକ ଧର୍ମାନୁରାଗି ଅାସି ଯୋଗଦାନ କରିଥିଲେ।ଏହି ଉତ୍ସବ ରେ ସମସ୍ତଙ୍କ ପାଇଁ ଜଳଖିଆ,ମଧ୍ଯାନ୍ନ ଭୋଜନ,ରାତ୍ର ଭୋଜନର ବ୍ଯବସ୍ଥା କରା ଯାଇଥିଲା। ଆଚାର୍ଯ୍ୟ ଗୋବିନ୍ଦ,ଆଚାର୍ଯ୍ଯ ବୁଦ୍ଧଦେବ,ଆଚାର୍ଯ୍ଯ ଅନନ୍ତ,ଆଚାର୍ଯ୍ଯା ଶାରଦା ଏବଂ ଗୁରୁକୁଳ ର ସମସ୍ତ ଆଚାର୍ଯ୍ଯ ଉକ୍ତ ବାର୍ଷିକ ଉତ୍ସବରେ ନିଜ ନିଜର ଦାୟୀତ୍ବ ସୂଚାରୁ ରୂପେ ତୁଳାଇଥିଲେ ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ