ରାମହରି ଦାସ ଗୁରୁକୂଳର ପ୍ରତିଷ୍ଠା ଓ ବିଦ୍ୟାର୍ଥୀ ଦିବସ ଉଦଯାପିତ ; ପଲ୍ଲୀ ନୃତ୍ୟରେ ଦର୍ଶକ ବିଭୋର
ସାକ୍ଷୀଗୋପାଳ ------ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରଗୋବିନ୍ଦପୁରର ବଡହାଟ ଗ୍ରାମରେ ଅବସ୍ଥିତ ରାମହରି ଦାସ ଓଡିଶୀ ଗୁରୁକୂଳର ପ୍ରତିଷ୍ଠା ଓ ବିଦ୍ୟାର୍ଥୀ ଦିବସ ତିନଦିନ ଧରି ଅନୁଷ୍ଠିତ ହୋଇଯାଇଛି । ସୋମବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି । ଶେଷ ସଂଧ୍ୟାରେ ଗୁରୁକୂଳର ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ଓଡିଶୀ ମଙ୍ଗଳାଚରଣ, ପଲ୍ଲୀ ନୃତ୍ୟ, ଓଡିଶୀ ଗାୟନ, ଶାସ୍ତ୍ରୀୟ ଗାୟନ, ବୃନ୍ଦ ମାର୍ଦ୍ଦଳ ବାଦନ ସହିତ ଗୀତା ମଞ୍ଜରୀ ବେହେରାଙ୍କ ଦ୍ୱାରା ଏକକ ଓଡିଶୀ ଗାୟନ, ଗୁରୁ ଅମିତ କୁମାର ଦାସଓ ସାଥୀଙ୍କ ବୃନ୍ଦ ଯନ୍ତ୍ର ସଂଗୀତ ଓ ଏ ବର୍ଷର ଶେଷ କାର୍ଯ୍ୟକ୍ରମ ସୁକାନ୍ତ କୁମାର ସାହୁ ଓ ସାଥୀ ଝଙ୍କଡଶ୍ରୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା । ଉପସ୍ଥିତ ଥିବା ଦର୍ଶକ ମାନେ କାର୍ଯ୍ୟକ୍ରମକୁ ଶେଷ ପର୍ଯ୍ୟନ୍ତ ଉପଭୋଗ କରିଥିଲେ ।
ଉଦଯାପନ ସଭାରେ ଅତିଥି ଭାବେ ବିଶ୍ୱ ସ୍ତରୀୟ ମନ ବିଜ୍ଞାନ ପ୍ରଫେସର ଡ. ବି,କେ ଦାଶଙ୍କ ସହିତ ଗୁରୁକୂଳର ପ୍ରତିଷ୍ଠାତା ଗୁରୁ ରାମହରି ଦାସ ଗୁରୁକୂଳର ଅଧ୍ୟକ୍ଷ ଧନେଶ୍ୱର ସ୍ୱାଇଁ ଅନୁଷ୍ଠିତ ଉଦଯାପନ ଦିବସରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଯାପନ କରିଥିଲେ । ଶେଷରେ ଆଇନିଜିବୀ ଅଞ୍ଜନ କୁମାର ହୋତା ତିନିଦିନ ଧରି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଗୁରୁକୂଳର ଅନ୍ୟ ଗୁରୁ ଓ ବିଦ୍ୟାର୍ଥୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି