ଗରିଆଟିକ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସଵ
ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ଗରିଆ ଟିକ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବରେ ପ୍ରଧାନ ଶିକ୍ଷକ ମଧୁସୂଦନ ନାଏକ ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୀତା ସାହୁ ଯୋଗଦେଇଥିବାବେଳେ ଅଵସର ପ୍ରାପ୍ତ ହାଇସ୍କୁଲ ଶିକ୍ଷକ ଆନନ୍ଦ ଚନ୍ଦ୍ର ତ୍ରିପାଠୀ ସମ୍ବାନୀତ ଅତିଥିଭାବେ ଯୋଗ ଦେଇଥିଲେ। ସେହିପରି ଦିନେଶ ମହାକୁର ସଭା ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଲମ୍ବୋଦର ମଲ୍ଲିକ,ବିରଞ୍ଚି ଭୋଇ,ନିଲାମ୍ବର ମହାକୁର,ମମତା କର୍ଣ୍ଣ ଯୋଗଦେଇ ଥିଲେ। ଧରମ ନାଏକଙ୍କ ନିର୍ଦ୍ଦେଶନା କ୍ରମେ ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅଷ୍ଟମ ଶ୍ରେଣୀ ଛାତ୍ରୀ ନିଳିମା ପ୍ରଧାନ ଓ ରିତୁ ପଟେଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ପୁରସ୍କାର ବିତରଣୀ ଉତ୍ସବରେ ତରଣୀ ସେନ ପ୍ରଧାନ ଉପସ୍ଥିତ ରହି ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ହେଇଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ପ୍ରଦାନ କରାଯାଇଥିଲା।ଶେଷରେ ଜୟ ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ.