Breaking News

ଝିଅର ମୃତ୍ୟୁ ରହସ୍ୟ ଉନ୍ମୋଚିତ କରିବା ପାଇଁ ବାପାର ନିବେଦନ

ସାକ୍ଷୀଗୋପାଳ-----ସତ୍ୟବାଦୀ ଥାନା ଅନ୍ତର୍ଗତ ଷୋଳହଳ ଗ୍ରାମରେ ଜଣେ ମହିଳାଙ୍କ ମୃତ୍ୟ ଏବେ ରହସ୍ୟ ଜନକ ହୋଇ ପଡିଛି । ଏପରିକି ଘଟଣା ସତ୍ୟବାଦୀ ଥାନାରେ କେବେ ଘଟିନଥିବା ଜଣାପଡିଛି । ଝିଅର ବାପା ଝିଅର ଶଶୁର ଘରେ ରହିଥିବା ବେଳେ ନିଜ ଝିଅର ମୃତ୍ୟୁ ହେବାକୁ ନେଇ ବାପା ବିସ୍ମୟ ପ୍ରକାଶ କରିଛି । ତାଙ୍କ ଝିଅର ମୃତ୍ୟୁ ରହସ୍ୟ ଜାଣିବା ପାଇଁ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ କ୍ରମେ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚ ବା ସହ ସାଇଣ୍ଟିଫିକଟିମ ସହ ଅତିରିକ୍ତ ତହସିଲଦାର ମୌସୁମି ମିଶ୍ରଙ୍କ ଉପସ୍ଥିତିରେ ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଜାରି ରଖିଛି । ସୁଚନାଯୋଗ୍ୟ ଯେ  ସତ୍ୟବାଦୀ ଥାନା ଅନ୍ତର୍ଗତ ଜୟକୃଷ୍ଣ ପଣ୍ଡାଙ୍କ ପୁତ୍ର ସୁଶାନ୍ତ କୁମାର ପଣ୍ଡା ( ୨୮) ଗତ ୧୧/୭/୨୦୧୯କଟକ ଜିଲ୍ଲାର ଗୋବିନ୍ଦପୁର ଥାନା ଅନ୍ତର୍ଗତଶିରସୁନ୍ଦର ପୁର ଗ୍ରାମର  ଉପେନ୍ଦ୍ର ପୁରୀଙ୍କ ଝିଅ ପୁର୍ଣ୍ଣିମା ରାଣୀ ପୁରୀଙ୍କୁ ବିବାହ କରିଥିଲେ । ୧୫/୨୦ ଦିନ ତଳେ ପୁର୍ଣ୍ଣିମା ଏମ ମଲା ଶିଶୁ ଜନ୍ମ କରିଛି ବୋଲି ଖବର ପାଇଥିଲେ । ୨ ତାରିଖଦିନ ପୁର୍ଣ୍ଣିମିାର ବାପା ଜୟକୃଷ୍ଣ ଆସି ପହଞ୍ଚିଥିଲେ । ସମସ୍ତେ ଏକାଠି ଖାଇ ପିଇ ସାରିବା ପରେ ଝିଅ ଜ୍ୱାଇଁ ତାଙ୍କ ରୁମରେ ଶୋଇବାକୁ ଗଲେ ମାତ୍ର ସକାରେ ମୋ ଝିଅର ମୃତ୍ୟୁ ହୋଇଛି ବୋଲି ଝିଅର ନଣନ୍ଦ ସୁଜତା ମତୋ ଉଠାଇ ମୋ ଝିଅର ମୃତ୍ୟୁ ସମ୍ପର୍କେ ଜଣାଇଥିଲା । ମାତ୍ର ମେଡିକାଲକୁ ନେବା ପାଇଁ କହିବାରୁ ସେମାନେ ମେଡିକାଲକୁ ନେଇନଥିଲେ । ଏଣୁ ମୋର ଝିଅର ମୃତ୍ୟୁକୁ ନେଇ ସନ୍ଦେହ ଜାତ ହୋଇଛି ବୋଲି ଲିଖିତ ଅଭିଯୋଗ କରିଛନ୍ତି ।
 ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିାପଠୀ

Blog Archive

Popular Posts