Breaking News

ଧରା ପଡିଲା ବନବିଭାଗର ସଲାସୁତରା ବେପାର


କନ୍ଧମାଳ-କନ୍ଧମାଳ ଜିଲ୍ଲା ବାଲିଗୁଡା ବନବିଭାଗର ଧରା ପଡିଛି ସଲାସୁତରାରେ ଚାଲିଥିବା ଚୋାରା ପିରତି ।ବାଲିଗୁଡା ବନବିଭାଗ ଅନ୍ତର୍ଗତ ବାରଖମା ଠାରେ ଗତ  ୩୦ତାରିଖ ରାତ୍ର ସମୟରେ  ଏଚଆର-୩୮ -ୟୁ -୫୩୬୪ ଏକ ଟ୍ରକ ଓ  ଓଆର ୦୭-ଏମ-୩୦୫୦  ମ୍ୟାକ୍ସ ପିକ୍ଅପ ଭ୍ୟାନରେ ସିଆଳି ଖଲି ଲୋଡ କରାଯାଇଥିଲା ।ଏହି ଖବର ପାଇବା ପରେ ସେଠାରେ ଥିବା ବାରଖମା ଫରେଷ୍ଟର ଘଟଣା ସ୍ଥଳକୁ ଯାଇ ଗାଡିଟିକୁ ଅଟକ ରଖିବା ସହିତ ଗାଡିର ଚାବି କାଡି ନେଇ ବାଲିଗୁଡା ଏସ୍ଇଏଫ୍ଓଙ୍କୁ ଜଣାଇଥିଲେ ।କିନ୍ତୁୁ ଏହି ଦୁଇଟି ଗାଡିର ଶାଳ ଖଲି ବାହାରକୁ ଚାଲଣ ପାଇଁ ପରମିଟ   ସମାପ୍ତ ହୋଇଥିଲେ ମଧ୍ୟ ଏହା ଗାଡିକୁ ଲୋଡ ପାଇଁ ଅନୁମତି ଦେଲାକିଏ । ଏଥିରେ ସପୃକ୍ତ ଉଚ ପଦସ୍ତ ଅଧିକାରିଙ୍କ ଦ୍ବାରା ତଦନ୍ତ କଲେ ସମସ୍ତ ବିଷୟ ଜଣାପଡିବ ।ଫରେଷ୍ଟ ଗାର୍ଡ ଓ ଏସ୍ଇଏଫ୍ଓଙ୍କୁ ପଚାରିବାରୁ ପରିମିଟ ଦେବାର କ୍ଷମତା କେବଳ ଡିଏଫଓଙ୍କ ଅଛି ଡିଏଫଓ ଛୁଟିରେ ଅଛନ୍ତି ବୋଲି ପ୍ରକାଶ କରିଥିଲେ ।ଖଲିପତ୍ରକୁ ବାରଖମାର ଏକ କ୍ଳବ ଘରେ ରଖାଯାଇଥିବା ବେଳେ ବର୍ତ୍ତମାନ କେବଳ ଟ୍ରକ ସେଠାରେ ରହିଥିବା ବେଳେ ଅନ୍ୟ ପିକଅପ୍ ମ୍ୟାକ୍ସ ଭ୍ୟାନ ପତା ମିଳିନି ।ହେଲେ ଏଠାରେ ପ୍ରଶ୍ନ ଉଠୁଛି କେତେ ଟଙ୍କା ସଲାସୁତରାରେ ପିକ୍ଅପ ଭ୍ୟାନକୁ ଛଡାଗଲା କେଉଁ ଆଧାରରେ  । ଏ ପ୍ରଶ୍ନର ଉତ୍ତର କୈଣସି ଅଫିସର ଦେବାକୁ ନାରାଜ ।ଏଭଳି ଭାବରେ ବନବିଭାଗର ସଲାସୁତରାରେ ମାଫିଆମାନେ ଚୋାରା କାରବାରରେ ସଂପୃକ୍ତି ଥିବାରୁ ମାଫିଆ ମାନଙ୍କ ଉପରେ କଠୋର କାଯ୍ୟାନୁଷ୍ଠାନ ହୋଉନଥିବା ବୃଦ୍ଧିଯିବି ମହଲରେ ଚର୍ଚା ଚାଲିଛି । 
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା

Blog Archive

Popular Posts