ବରଗଡ଼ ଅସନ୍ତୋଷର ନିଆଁ...ଶାନ୍ତ ହେଲା
ବରଗଡ଼---- ବରଗଡ଼ ସହରବାସୀଙ୍କ ଅସନ୍ତୋଷର ନିଆଁ ଶାନ୍ତ ହୋଇଛି । ବିଳମ୍ବରେ ହେଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗିଛି। ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ପୁରୁଣା ଜିଲ୍ଲା ଡାକ୍ତରଖାନା ଅପରାହ୍ନ ୪ଟାରୁ କାର୍ଯ୍ୟକ୍ଷମ ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ବିଭୁତି ଭୂଷଣ ମେହେର ସଦଳବଳେ ଅନ୍ୟ ଡାକ୍ତର ଓ କର୍ମଚାରୀମାନଙ୍କୁ ନେଇ ପୁରୁଣା ଡାକ୍ତରଖାନାରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି।ସେଠାରେ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ସୂଚନା ଦେବା ପରେ ଉତ୍ତେଜିତ ଜନ ସାଧାରଣ ଆନ୍ଦୋଳନରୁ ଓହରିଛନ୍ତି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ