ଆମ୍ବୁଲାନ୍ସ ର କର୍ମଚାରୀ ମାନେ ପାଇଥିବା ୧୭,୧୨୦ ଟଙ୍କା ଫେରାଇଲେ
କୋଣାର୍କ---- ଗତ ୩୦ତାରିଖରେ କୋଣାର୍କ-ପୁରୀ ବେଳାମାର୍ଗରେ ହୋଇଥବା ସଡ଼କ ଦୁର୍ଘଟଣା ଘଟିଥିଲା । ମୃତକ ବସ ଡ୍ରାଇଭର ଅର୍ଜୁନ ମହାକୁଡ ପକେଟରୁ ଖସିପଡିଥାବା ଟଙ୍କାକୁ ଆମ୍ବୁଲାନ୍ସ ସଫେଇ କରିବା ସମୟରେ କର୍ମଚାରୀ ମାନେ ପାଇଥିଲେ । ଆଜି ପୂର୍ବାହ୍ନରେ ସେହି ଟଙ୍କାକୁ କୋଣାର୍କ ଥାନା ଅଧିକାରୀଙ୍କ ଉପସ୍ଥିତରେ ସ୍ବର୍ଗତ ଅର୍ଜୁନଙ୍କ ସହଧର୍ମିଣୀଙ୍କୁ ଆମ୍ବୁଲାନ୍ସ ର କର୍ମଚାରୀ ମାନେ ପାଇଥିବା ୧୭,୧୨୦ଟାଙ୍କ ପ୍ରଦାନ କରିଛନ୍ତି । ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ଏହି ବଦାନ୍ୟତାକୁ ସବୁମହଲେରେ ପ୍ରଶଂସା କରାଯାଇଛି । କୋଣାର୍କରୁ ଅଜିତ କୁମାର ମଲ୍ଲିକ