ଟ୍ରକ ଧକ୍କାରେ ଅଳ୍ପକେ ବର୍ତିଲେ ସ୍କୁଟି ଚାଳକ.
ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରା ବସଷ୍ଟାଣ୍ଡ ଛକରେ ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡିଛି
। ରବିବାର ସନ୍ଧ୍ୟା ୮ ଟା ୩୦ରେ ଲୁପୁରସିଂହାରୁ ନିଜ କାମଧନ୍ଦା ସାରି ଅତାବିରା ବସଷ୍ଟଣ୍ଡ ଛକର ସମ୍ବଲପୁର-ବରଗଡ଼ ୱେ ରୁ ବରଗଡ଼-ସମ୍ବଲପୁର ୱେକୁ ସ୍କୁଟି ଚାଳକ ଅଶେଷ ହୋତା ଡାଇଭର୍ଶନରେ ପାରି ହେଉଥିବା ବେଳେ ବରଗଡ଼-ସମ୍ବଲପୁର ୱେରେ ଯାଉଥିବା ଏକ ବାର ଚକିଆ ଦ୍ରୁତଗାମୀ ଟ୍ରକ(ଡବ୍ଲୁ ବି ୧୧୪୯୮୬)ରେ ଧକ୍କା ଦେଇଥିଲା। ଅଳ୍ପକେ ବର୍ତ୍ତି ଯାଇଥିଲେ ସ୍କୁଟି ଚାଳକ। ଯାହାକି ଉକ୍ତ ବ୍ୟକ୍ତି ଛିଟିକି ପଡିଥିବା ବେଳେ ସ୍ଥାନୀୟ ଜନସାଧାରଣ ପୋଲିସକୁ ଖବର ଦେଇ ପୋଲିସ ଗାଡ଼ିରେ ସ୍ଥାନୀୟ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଇଥିଲା। କିଛି ମାସ ପୂର୍ବରୁ ଏକ ଦ୍ରୁତଗାମୀ ଟ୍ରକ ବସ ଷ୍ଟାଣ୍ଡ ଛକରେ ରହିଥିବା ଷ୍ଟିଟ ଲାଇଟ ସହ ଲାଗିଥିବା ସିସି କ୍ୟାମେରା ସମ୍ପୁର୍ଣ୍ଣ ଉଜାଡି ଯାଇଛି। । ତାହା ଆଜି ପର୍ଯ୍ୟନ୍ତ ଷ୍ଟିଟ ଲାଇଟ ନଥିବା ଯୋଗୁଁ ଅଞ୍ଚଳଟି ଅନ୍ଧାର ସହ ସିସି କ୍ୟାମେରା ନଥିବା ଯୋଗୁଁ ଏପରି ଦୁର୍ଘଟଣା ଘଟୁଛି ବୋଲି ଲୋକ ମାନେ କହନ୍ତି । ଏହି ଛକଟି ଅତାବିରାର ମୁଖ୍ୟ ଛକ ହୋଇଥିବା ବେକେ ନା ଏଠି ରହିଛି ସିଂଗ୍ନାଲ ବ୍ୟବସ୍ଥା ନା ରହିଛି ଟ୍ରାଫିକ ପୋଲିସ। ଏହି ବ୍ୟବସ୍ଥା ଗୁଡିକ ନଥିବା ଯୋଗୁଁ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି ନିରୀହ ଲୋକେ।ତୁରନ୍ତ ଏ ଦିଗରେ ଟ୍ରାଫିକ ସହ ଆଲୋକିକରଣ ବ୍ୟବସ୍ଥା କରାଇବା ପାଇଁ ଜନ ସାଧାରଣରେ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶ ରିପୋର୍ଟ