ଦଣ୍ତମୁକ୍ତ ଅଞ୍ଚଳ ପ୍ରହସନରେ ପରିଣତ ଛାତ୍ରୀଙ୍କୁମାଡମାରି ପ୍ରଧାନ ଶିକ୍ଷୟତ୍ରୀ ଜେଲ୍ ଗଲେ
କୁଜଙ୍ଗ–––– କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲିନା ନନ୍ଦ ତୃତୀୟ ଶ୍ରେଣୀ ଛାତ୍ରୀ ବର୍ଷାସ୍ବାଇଁ(୯)ଙ୍କୁ ମାଡମାରି ଗୁରୁତର କରିଛନ୍ତି। ଶିକ୍ଷୟତ୍ରୀ ଆଜି କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି । ତାଙ୍କୁ ଜାମିନ ନ ମିଳିବାରୁ ଜେଲ୍ ଯାଇଥିବା ଘଟଣା ସାଧାରଣରେ ଚର୍ଚ୍ଚାରବିଷୟ ପାଲଟିଛି।
ଘଟଣାରୁ ପ୍ରକାଶ ଯେ ବାଲିତୁଠ ଗ୍ରାମର ଜନ ସ୍ବାଇଁଙ୍କ ଝିଅ ବର୍ଷା ସ୍ବାଇଁ ବାଲିତୁଠ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଡ଼ିଥାଏ । ସ୍କୁଲରେ ପାଠ ନ ପଢି ଚଗଲାମି କରିବାରୁ ପ୍ରଧାନ ଶିକ୍ଷୟତ୍ରୀ ଉକ୍ତ ଛାତ୍ରୀଙ୍କୁ ବେତ ବାଡିରେ ବାଡେଇ ବାଡେଇ ଲହୁଲୁହାଣ କରିଦେଇଥିଲେ । ସେଥିରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ରାଗ ବୁଝି ନ ଥିଲା । ଛାତ୍ରୀଙ୍କ ଗାଲ, କାନମୁଣ୍ତା କୁ ହାତରେ ଚଟକଣା ମାରିବାରୁ ଛାତ୍ରୀଟି ଗୁରୁତର ହୋଇପଡିଥିଲା। ପରିବାର ଲୋକେ ଏହାଜାଣି ଛାତ୍ରୀଙ୍କୁ ବାଲିତୁଠ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇବା ସଂଗେସଂଗେ ଝିଅର ବାପା ଜନ ସ୍ବାଇଁ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କୁଜଙ୍ଗ ଥାନା ଅଧିକାରୀ ଦିଲ୍ଳୀପ କୁମାରସାହୁ ଅଭିଯୋଗର ତଦନ୍ତ କରିବା ଅଭିଯୁକ୍ତ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କେସ୍ ନମ୍ବର ୨୯୧/୧୯, ଦଫା ୩୪୧, ୩୨୩, ୩୦୭ ଆଇପିସି ଓ ସ ଜୁଭେନାଇଲ୍ଜଷ୍ଟିସ୍ ଆକ୍ଟ ୭୫ରେ ମାମଲା ରୁଜୁ କରି ଶିକ୍ଷୟତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।କୋର୍ଟରେ ତାଙ୍କର ଜାମିନ୍ ନ ମିଳିବାରୁ ଶିକ୍ଷୟତ୍ରୀଙ୍କୁ ସମାଗୋଳ ଉପକାରାଗାରକୁ ପଠାଇ ଦିଆଯାଇଥିବା ପୋଲିସ ସୁତ୍ରରୁ ଜଣାପଡିଛି ।ଏଠାରେ ସୂଚନା ଯୋଗ୍ୟକି, ରାଜ୍ୟ ସରକାର ଦଣ୍ତ ମୁକ୍ତ ଅଂଚଳ ଭାବେ ସ୍କୁଲକୁ ଘୋଷଣାକରିଥିବାସହିତ ‘ପରି ପାଇଁ କଥାଟିଏ’ ଓ ‘ସଭିଏଁ ପଡ଼ନ୍ତୁ, ସଭିଏଁବଡ଼ନ୍ତୁ’ ବୋଲି ସମସ୍ତ ସ୍କୁଲ କାନ୍ଥ ବାଡ଼ରେ ଉକ୍ତଲେଖାଟିଶୋଭା ପାଉଥିବା ବେଳେ ସ୍କୁଲ ପରିସରରେ ଛାତ୍ରୀଙ୍କୁ ମାଡମାରି ଗୁରୁତର କରିବା ଘଟଣା ଯେ କେହି ଦେଖିଲେତାହା ଦଣ୍ତମୁକ୍ତ ଅଂଚଳ କେବଳ ପ୍ରହସନରେ ପରିଣତହୋଇଥିବା ଚର୍ଚ୍ଚାହେଉଛି।ସେହିପରିରାଜ୍ୟସରକାରଙ୍କ ୫ଟି ଯୋଜନା ଦଣ୍ତମୁକ୍ତ ଅଂଚଳରେ ଦଣ୍ତ ପ୍ରଦାନ କରୁଥିବା ଶିକ୍ଷକଶିକ୍ଷୟତ୍ରୀଙ୍କ ପ୍ରତି ଦୃଷ୍ଟିଦେବେ ବୋଲିବୁଦ୍ଧିଜୀବୀ ମହଲରେ ଦାବୀହେଉଛି।
ଜଗତସିହପୁରରୁ ପ୍ରଳୟ ମହାପାତ୍ର
![]() |
jagatasinghapur |