Breaking News

ବାଷିର୍କ ଉତ୍ସବ ପାଇଁ ବେଗୁନିଆ ସାହିତ୍ୟାନୁଷ୍ଠାନର ଚୁଡାନ୍ତ ପ୍ରସ୍ତୁତି ବୈଠକ


ବେଗୁନିଆ–––– ଚଳିତ ଡିସେମ୍ବର ମାସ  ୩୦ ୩୧ ତାରିଖରେ ଦୁଇଦିନ ଧରି  ବେଗୁନିଆ ସାହିତ୍ୟାନୁଷ୍ଠାନର ଦ୍ବିତୀୟ ବାଷିର୍କ ଉତ୍ସବ ପାଳିତ ହେବ ଏହି ଉପଲକ୍ଷେ ରବିବାର ସ୍ଥାନୀୟ ପାୟତ ସମିତି  ପ୍ରାଥମିକ ବିଦ୍ୟାଳୟ ପରିସରରେ ଚୁଡାନ୍ତ ବା ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ସାହିତ୍ୟାନୁଷ୍ଠାନର ସଭାପତି ରାଜକିଶୋର ପାଣିଗ୍ରାହୀ ବୈଠକରେ ଅଧ୍ୟକ୍ଷତା କରିଥିଲେ   ସମ୍ପାଦକ ଦିବାକର ସାହୁ ଉତ୍ସବର ସୁପରିଚାଳନା ପାଇଁ   ବିଭିନ୍ନ କମିଟି ଗଠନ  ମାଧ୍ୟମରେ ଦାୟିତ୍ବର ବିକେନ୍ଦ୍ରୀକରଣ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ ଉପଦେଷ୍ଟା ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ  କାର୍ଯ୍ୟକ୍ରମର ଚାରୋଟି ଅଧିବେଶନରେ ଯୋଗ ଦେବା ପାଇଁ  ସ୍ବୀକୃତି ପ୍ରଦାନ କରିଥିବା ଅତିଥିମାନଙ୍କ ସମ୍ପର୍କରେ ଅବଗତ କରାଇଥିଲେ ଅନ୍ୟତମ ଉପଦେଷ୍ଟା  ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମରେ ସାହିତ୍ୟ ଘରର କଳାକାର ମାନଙ୍କର ନିଜସ୍ବ ପ୍ରଦର୍ଶନ ଉପରେ ଗୁରୁତ୍ବାରୋପ କରିଥିଲେ ଏହି ଅବସରରେ ଲୋକାପିର୍ତ ହେବାକୁ ଥିବା ମୁଖପତ୍ରସ୍ବୟଂସିଦ୍ଧା’’ ମୁଦ୍ରଣ ପ୍ରକ୍ରିୟାର ପ୍ରଗତି ସମ୍ପର୍କରେ ସମ୍ପାଦନା ମଣ୍ତଳୀର ବରିଷ୍ଠ ସଭ୍ୟ କବି ଗୋପୀନାଥ ସେଠୀ ଅବଗତ କରାଇଥିଲେ ଏହି ବୈଠକରେ  ଅନୁଷ୍ଠାନର ଉପସଭାପତି ପତିତପାବନ ବଳବନ୍ତରାୟ,ସଦସ୍ୟା ପ୍ରତିମା ପ୍ରଧାନ,ସାମ୍ବାଦିକ ବିବେକାନନ୍ଦ ମିଶ୍ର,ଗାୟକ ଖଗେଶ୍ବର ମାର୍ଥା,ମିହିର କୁମାର ଆଚାର୍ଯ୍ୟ,ପୂର୍ବତନ ତହସିଲଦାର ସୁଧାକର ସାମନ୍ତରାୟ,ଶିକ୍ଷକ ସ୍ମୃତି ପଟ୍ଟନାୟକ,ବିଜୟ କୁମାର ପ୍ରଧାନ,ଜମ୍ପ୍ରେଶ୍ବର ମଙ୍ଗରାଜ,ଗଗନ ବିହାରୀ ବେହେରା,ସତ୍ୟବାଦୀ ସାହ,ଚଣ୍ଡେଶ୍ବର ପ୍ରଧାନ,ସଭ୍ୟ ଭାଗବତ ମହାପାତ୍ର,ସୁରେନ୍ଦ୍ର କୁମାର ପାଲଟାସିଂହ,ଜଗଦୀଶ ଚନ୍ଦ୍ର ପାତ୍ର,ବିନୋଦ ବିହାରୀ ରାଉତରାୟ,ବିମ୍ବାଧର ମହାରଣା,ସୋମନାଥ ସାହୁ,ପ୍ରସନ୍ନ କୁମାର ବାରିକ,ବିଜୟ କୁମାର ପ୍ରଧାନ,ଦୀନବନ୍ଧୁ ଦାଶ,ସୁରେନ୍ଦ୍ର ସୁବୁଦ୍ଧି,ଲକ୍ଷ୍ମୀଧର ମହାପାତ୍ର,ସମୀର ସୁନ୍ଦରାୟ,ଗଗନ ବିହାରୀ ବେହେରା,ହରିହର ମହାପାତ୍ର,ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,ଲକ୍ଷ୍ମଣ  ଜୟସିଂହ,ବିଜୟ ମହାନ୍ତି,ପ୍ରସନ୍ନ କୁମାର ବେହେରା ପ୍ରକାଶ ରଞନ ସାହୁ ପ୍ରମୁଖ ଯୋଗ ଦେଇ ନିଜ ନିଜର ମତବ୍ୟକ୍ତ କରିଥିଲେ କାର୍ଯ୍ୟକ୍ରମକୁ ସମାଜସେବୀ ଯୋଗେଶ୍ବର ପଣ୍ତା ପରିଚାଳନା କରିଥିଲେ
 ବେଗୁନିଆରୁ ଯୋଗେଶ୍ବର ପଣ୍ତା



Blog Archive

Popular Posts