Breaking News

ବରଗଡ଼ ଜିଲ୍ଲାରେ ଓଷ୍ଟା ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ ମେଳା


 N das
Baragarh
ବରଗଡ଼---  ବରଗଡ଼ଜିଲ୍ଲା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଜମୁଡା ପରିସରରେ ଓଷ୍ଟା ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ୧୨ଟି ବ୍ଲକରୁ ୧୧ଟି ବ୍ଲକର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ତାଙ୍କର କଳା ଓ ଅନ୍ତନୀହିତ ଗୁଣ ପ୍ରଦର୍ଶନ କରିଥିଲେ । ଲରମ୍ଭା ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା  ଓଷ୍ଟା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶ୍ୱିନୀ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଜମୁଡା ର ପରିଚାଳନା କମିଟିର ସଭାପତି କେଶବ ପ୍ରଧାନ ମୁଖ୍ୟଅତିଥି ରୂପେ ଯୋଗଦେଇ ବାଗଦେବୀଙ୍କ ଠାରେ ଦ୍ବୀପ ପ୍ରଜ୍ଵଳନ ସହ ପୁଷ୍ପମାଲ୍ୟ ଅର୍ପଣକରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ବାନୀତ ଅତିଥିଭାବେ ରାଜ୍ୟ କାର୍ଯ୍ୟକାରି ସଭାପତି ଓଷ୍ଟାର ସତ୍ୟନାରାୟଣ ତ୍ରିପାଠୀ ଓ ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଓଷ୍ଟାର ଆନନ୍ଦ ସାହୁ ଯୋଗ ଦେଇଥିଲେ। ଉଦଘାଟନୀ ଉତ୍ସବରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ ହୋଇଥିଲା। ତାପରେ ବିଭିନ୍ନ ପ୍ରତିଯୋଗିତା ମାନ ଆରମ୍ଭ ହୋଇଥିଲା।ସେହିପରି ଉତ୍ସବର ଉଦଯାପନି ସଭାରେ ମୁଖ୍ୟ ଅତିଥି ଉପଦେଷ୍ଟା ଓଷ୍ଟା ବରଗଡ଼ର ନରସିଂହ ବିଶି ଯୋଗଦେଇଥିବା ବେଳେ ସମ୍ବାନୀତ ଅତିଥି ବରପାଲି ବିଇଓ ରାଜେନ୍ଦ୍ର କୁମାର ମିଶ୍ର,ଓଷ୍ଟା ସଂପାଦକ କଟକର ଅଶୋକ କୁମାର ମହାପାତ୍ର, ସଂପାଦକ ରଞ୍ଜନ କୁମାର ଦାଶ ଯୋଗ ଦେଇ କୁତିତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ। ଶିକ୍ଷକ ସୁରେନ୍ଦ୍ର ମହାପାତ୍ର ମଞ୍ଚ ପରିଚାଳନା କରିଥିବାବେଳେ ଓଷ୍ଟା ଜିଲ୍ଲା ସଂପାଦକ ନିଲମଣି ପୁରୋହିତ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୁଚନା ସହ ବାର୍ଷିକ ବିବରଣୀ ପଠନ କରିଥିଲେ।  ଉତ୍ସବରେ ଓଷ୍ଟା ପକ୍ଷରୁ ଅଵସର ପ୍ରାପ୍ତ ଶିକ୍ଷକ ମାନଙ୍କୁ ଯିଏ ସାରା କର୍ମମୟ ଜୀବନ ସେବା ଓ ତ୍ୟାଗ ବଳରେ ଶିକ୍ଷା କ୍ଷେତ୍ରରେ ଅନେକ ଅବଦାନ ଦେଇଯାଇଥିବା ମହାନ ବ୍ୟକ୍ତିତ୍ୱ ତଥା ପାଇକମାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅନିଲ କୁମାର କାଳିଆ,ପିଠାପୁଟଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ପ୍ରଧାନ ଏବଂ କୁଳୁଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଧେଶ୍ୟାମ ପ୍ରଧାନ ପ୍ରମୁଖଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ୧୦ଟି ବିଭାଗର ପ୍ରତିଯୋଗିତାକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା।ଯଥା ତର୍କରେ ଶୁଭଶ୍ରୀ ପ୍ରଧାନ,କବିତା ଲିଖନରେ ହରେକୃଷ୍ଣ ପ୍ରଧାନ,ଗଳ୍ପ ଲିଖନରେ ନଳିନୀ ବାରିକ,
ସାଧାରଣଜ୍ଞାନରେ ସ୍ୱସ୍ତିକ ଖମାରୀ,ବୁଦ୍ଧିପରୀକ୍ଷାରେ ସ୍ୱପ୍ନେଶ୍ୱର କୁମାର ନାଏକ,ଚିତ୍ରାଙ୍କନରେ ଲୋକେଶ୍ୱର ପ୍ରଧାନ,ଏକକ ଅଭିନୟରେ ମଧୁସୂଦନ ସରାଫ,କଣ୍ଠ ସଙ୍ଗୀତରେ ରାଜେଶ ଦୀପ ପ୍ରମୁଖ ଯଥାକ୍ରମେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରକୁ ମନୋନୀତ ହୋଇଥିବାବେଳେ ବିଚାରକ ଭାବେ ଚନ୍ଦ୍ର ଶେଖର ସାହୁ,ସୁଶୀଲ ପ୍ରଧାନ,ଗୌର ଚରଣ ସା,ଜଗଦାନନ୍ଦ ମିଶ୍ର,ଗୋପାଳ କୃଷ୍ଣ ଦାଶ, ରବୀନ୍ଦ୍ର ରଞ୍ଜନ ପୁଝାରୀ,ଅଶୋକ କୁମାର ଦାଶ, ହୀରା ମହାକୁର ଓ ମୁନିରାମ କୁମ୍ଭାର ପ୍ରମୁଖଦାୟିତ୍ୱ ତୁଲାଇଥିଲେ।କାର୍ଯ୍ୟକ୍ରମକୁ ଜିଲ୍ଲାର ବ୍ଲକ ମାନଙ୍କରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ତଥା ଓଷ୍ଟାର ସମସ୍ତ ସଦସ୍ୟ,ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ତଥା ଗ୍ରାମବାସୀ ସହଯୋଗ କରିଥିବାବେଳେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ଶେଷରେ ସ୍କୁଲର ଶିକ୍ଷକ ସୁରେନ୍ଦ୍ର କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ସହ ସ୍ଵଦିପ ଅଗ୍ରୱାଲ....

Blog Archive

Popular Posts