୨୬ତମ ରଘୁନାଥ ଟ୍ରଫି କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ
ନୟାଗଡ଼----ନୟାଗଡ଼ ଜିଲ୍ଲା ଓଡଗାଁ ମିନିଷ୍ଟାଡିୟମ ଠାରେ ଆଜି ରଘୁନାଥ ଆଥଲେଟ ତରଫରୁ ୨୬ତମ ରଘୁନାଥ ଟ୍ରଫି କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ପ୍ରକାଶ କୁମାର ଦାଶ (ଶାଖା ପରିଚାଳକ ନିୟୁ ଇଣ୍ଡିଆ ଇନସୁରାନ୍ସ ,ନୟାଗଡ ଶାଖା ) ଏହାକୁ ଅନୁଷ୍ଠାନିକଭାବେ ଉଦଘାଟନ କରିଥିଲେ । ଏହି ଉତ୍ସବରେ ଟୁର୍ଣ୍ଣାମେଣ୍ଟର ପରିଚାଳକ ଦିବାକର ନାୟକଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ମାନେ ଉପସ୍ଥିତ ଥିଲେ । ଉଦ୍ଧଘାଟନି ମ୍ୟାଚରେ ଏମ. ବି.ସି,ମଦନଗାଡିଆ ଏବଂ ନୟାଗଡ଼ ୱାରିୟର୍ସ ମଧ୍ୟ୍ୟରେ ଅନୁଷ୍ଠିତ ହୋଇଥିଲା। ଟଚ ଜିତି ପ୍ରଥମେ ବ୍ୟାଟିଙ୍ଗ୍ କରିବାକୁ ନିସ୍ପତ୍ତି ନେଇ ଥିଲେ ନୟାଗଡ ଦଳ । ୧୯ ଓଭରରେ ସମସ୍ତ ୱିକେଟ ହରାଇ ୧୦୯ ରନ କରିଥିଲେ । ନୟାଗଡ ଦଳ ପକ୍ଷରୁ ରିଙ୍କୁ ସର୍ବାଧିକ ୪୩ ରନ (୩୧ବଲ) କରିଥିଲେ। ମଦନଗାଡିଆ ଦଳର ବବୁଲ ନିଜର ଚମତ୍କାର ଖେଳ ପ୍ରଦର୍ଶନ କରି ଗୋଟିଏ ଓଭର ରେ ୧ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ। ୧୧୦ ରନର ବିଜୟ ଲକ୍ଷ୍ୟନେଇ ମଦନଗାଡିଆ ଦଳ ୧୬ ଓଭରରେ ନିଜର ସମସ୍ତ ୱିକେଟ ହରାଇ ୫୪ରନ କରିଥିଲେ । ନୟାଗଡ ଦଳ ପକ୍ଷରୁ ଭାସ୍କର ଓ ତ୍ରିନାଥ ଉଭୟ ୩ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ଆଥଲେଟ ର ସଭ୍ୟ ବିଶ୍ବଜିତ ମହାପାତ୍ର , ମୁର୍ତ୍ତୁଞ୍ଜୟ ପଟ୍ଟନାୟକ ,ଦିନାନାଥ ମାଝି, କିସନ ଦେବ ମହାରଣା, ଅଶିସ ନାୟକ ଓ ମିଥୁନ ପାଣିଗ୍ରାହି ଖେଳ ପରିଚାଳନା କରିଥିଲେ ।