Breaking News

ଆଶାକର୍ମୀ ସଂଘର ଧର୍ମଘଟ ପାଇଁ ପ୍ରସ୍ତୁତି ବୈଠକ

ବେଗୁନିଆ---- ଆସନ୍ତା  ଜାନୁୟାରୀ ମାସ  ୮ ତାରିଖରେ ଏଆଇଟିୟୁସ ି ସହ ବନ୍ଧିତ ନିଖିଳ ଓଡିଶା  ଆଶା କର୍ମୀ ସଂଘ ପକ୍ଷରୁ  ଦେଶବ୍ୟାପୀ  ଧର୍ମଘଟକୁ  ସଫଳ  କରିବା ପାଇଁ  ରବିବାର ପୂର୍ବାହ୍ନରେ ବେଗୁନିଆ ସ୍ଥିତ  ମା ବରମୂଳେଇ ପୀଠରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏ ନେଇ   ଜିଲ୍ଲା କମିଟିର ନେତା ବସନ୍ତ କୁମାର ସେଠୀ ଅନୁଷ୍ଠିତ ବୈଠକରେ ସଭାପତିତ୍ୱ କରିଥିଲେ  ।   ରାଜ୍ୟ ସଭାପତି ବିଜୟ ଜେନା,ସାଧାରଣ ସମ୍ପାଦିକା ନମିତା ସାହୁ ଯୋଗ ଦେଇ ଆଶାକର୍ମୀଙ୍କ ପ୍ରତି କଠୋର ପଦକ୍ଷେପକୁ ବିରୋଧ କରିବା ସହ ସରକାରୀ ଶ୍ରମିକ ମାନ୍ୟତା  ଦେବା ପାଇଁ   ଉଭୟ କେନ୍ଦ୍ର ଓ ରାଜ୍ୟ  ସରକାର ଅବହେଳା ପ୍ରଦର୍ଶନ କରୁଛନ୍ତି ବୋଲି ମତ ରଖିଥିଲେ  ।  ଆସନ୍ତା ୧୬ ତାରିଖରେ ହେବାକୁ ଥିବା   ଧର୍ମଘଟକୁ ସଫଳ କରିବା  ପାଇଁ  ଆହ୍ୱାନ ଦେଇଥିଲେ । ଏଥିରେ ଟୁନି ମାନସିଂହ,ସୁନ୍ଦରମଣି ପ୍ରଧାନ,ଆଲ୍ଲାଉଦ୍ଦିନ ବିଷୋଇ,ନଳିନୀ ମହାରଣା,ନଳିନୀପ୍ରଭା ରାୟ ଓ ରଂଞୁବାଳା ଦାସ ପ୍ରମୁଖ ଯୋଗ ଦେଇ ନିଜର ମତ ରଖିଥିଲେ । ଶେଷରେ ବାସନ୍ତି ବାରିକ ଧନ୍ୟବାଦ ଦେଇଥିଲେ ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts