Breaking News

ଓଷ୍ଟା ପକ୍ଷରୁ ୩୮ତମ ବ୍ଲକ୍ସ୍ତରୀୟ ଶିଶୁ ଉତ୍ସବ

କୋଣାର୍କ---- ଶନିବାର ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଗୋପ ବ୍ଳକ ପକ୍ଷରୁ ୩୮ତମ ବ୍ଲକସ୍ତରୀୟ ଶିଶୁ ଉତ୍ସବ କୋଣାର୍କସ୍ଥିତ ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋପ ବ୍ଲକ୍ ଅନ୍ତର୍ଗତ ୪୬ଟି ମାଧ୍ୟମିକ ବିଦ୍ୟାଳୟରୁ ୫୦୦ଛାତ୍ରଛାତ୍ରୀ  ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ।  ପ୍ରତିଯୋଗିତାର ୧୦ଟି ବିଭାଗରେ ୨୦ଜଣ ପ୍ରତିଯୋଗୀ ପୁରୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ଉନ୍ନୀତ ହୋଇଥିବା ଓଷ୍ଟାର ଗୋପ ବ୍ଲକ୍ ସମ୍ପାଦକ ପ୍ରକାଶ କୁମାର ଜେନା ସୂଚନା ଦେଇଛନ୍ତି ।  ବକ୍ତୃତା, ଗଳ୍ପ ଲିଖନ, କବିତା ରଚନା, କଣ୍ଠ ସଙ୍ଗୀତ, କବିତା ଆବୃତ୍ତି, ଏକକ ଅଭିନୟ, ଏକକ ନୃତ୍ୟ, କୁଇଜ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା  ହୋଇଥିଲା । ଓଷ୍ଟାର ଗୋପ ବ୍ଲକ୍ ସଭାପତି ଅର୍ଜୁନଚରଣ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ପୁରୀ ଜିଲ୍ଲା କେନ୍ଦ୍ରୀୟ ମତ୍ସ୍ୟ ସମବାୟ ମହାସଙ୍ଘର ସଭାପତି ମଧୁସୁଦନ ପ୍ରଧାନ, ଓଷ୍ଟାର ପୂର୍ବତନ ବ୍ଲକ ସଭାପତି ଜଟକୃଷ୍ଣ ବିଶ୍ୱାଳ,  ଅବସରପ୍ରାପ୍ତ ପ୍ରାଧ୍ୟାପକ ଶରତଚନ୍ଦ୍ର ପ୍ରଧାନ, ସମାଜସେବୀ ରାମକୃଷ୍ଣ ମହାନ୍ତି,  ବିଦ୍ୟାଳୟର ପ୍ରଧାନ ଶୀକ୍ଷୟିତ୍ରୀ ଓ ଶିକ୍ଷକ  ପ୍ରମୁଖ ଯୋଗଦେଇ ଶିଶୁମାନଙ୍କର ବୌଦ୍ଧିକ ବିକାଶ ଦିଗରେ ଉତ୍ସବର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ପ୍ରତିଯୋଗିତାରେ  ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରମାଣପତ୍ର ବିତରଣ କରିଥିଲେ । ଶିକ୍ଷକ ଜ୍ୟୋତିଶ୍ଚନ୍ଦ୍ର ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ତାପଶ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଓଷ୍ଟାର ଗୋପ ବ୍ଲକ ସମ୍ପାଦକ ଶ୍ରୀ ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଧରୀତ୍ରୀ ଓତା, ମମତା ଭଟ୍ଟ, ମଞ୍ଜୁବାଳା ଦେଇ, ମନୋରମା ଦେଇ,  ଦିଲ୍ଲିପ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
 A maliki
Konark
କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts