ବିଜୁ ଯୁବ ବାହିନୀ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ
ଡେଲାଙ୍ଗ---- ଡେଲାଙ୍ଗ ବ୍ଳକର ରେଞ୍ଚ ଗ୍ରାମ ପଞ୍ଚାୟତର ବିଜୁ ଯୁବ ବାହିନୀ ଦ୍ୱାରା ସଡକ ସୁରକ୍ଷା ଓ ନିୟମ ସମ୍ବନ୍ଧୀୟ ସଚେତନତା ଅଭିଯାନ ବିଜୁ ଯୁବ ବାହିନୀର ବ୍ଳକ ସଂଯୋଜକ ପ୍ରଫୁଲ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଡେଲାଙ୍ଗ- ପଟ୍ଟନାୟିକିଆ ରାସ୍ତା ଉପରେ କାର୍ଯ୍ୟକ୍ରମ କରାଯାଇଛି । ରାଜ୍ୟ ସରକାରଙ୍କ ଯୁବ କଲ୍ୟାଣ ପରିଷଦଙ୍କ ଆହ୍ୱନକ୍ରମେ ରାସ୍ତାରେ ଯାଉଥିବା ଗାଡି ମଟର ଯାନ ଗୁଡିକ ଅଟକାଇ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ବିଶେଷ କରି ମଟର ଯାନ ପାଇଁ କରାଯାଇଥିବା ଆଇନ ଆମ ପାଇଁ ଉପକାର ଏହାକୁ ଆମେ ମାନିବା ସମସ୍ତଙ୍କ ପାଇଁ କାମ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ରେଞ୍ଚ ଗ୍ରାମ ପଞ୍ଚାୟତର ବିଜୁ ଯୁବ ବାହିନୀର ସଭାପତି ଶତିକାନ୍ତ ସ୍ୱାଇଁ, ସମ୍ପାଦକପବିତ୍ର କୁମାର ମଲିକ, ସରପଞ୍ଚଙ୍କ ପ୍ରତିନିଧି ସୁମନ୍ତ କୁମାର ମଲିକ, ସମିତିସଭ୍ୟାଙ୍କ ପ୍ରତିନିଧି ଲକ୍ଷ୍ମଣ ଦୟାଣ ଓ ଥାନା ଅଧିକାରୀଙ୍କ ସହ ପଞ୍ଚାୟତର ସମସ୍ତ ବିଜୁ ଯୁବ ବାହିନୀର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ରାସ୍ତାରେ ଯାଉଥିବା ଗାଡି ମଟର ଚାଳକ ମାନଙ୍କୁ ପ୍ରଚାରପତ୍ର ପ୍ରଦାନ ସହ ହେଲେମେଣ୍ଟ ପିନ୍ଦି ଯାଉଥବା ଗାଡି ଚାଳକ ମାନଙ୍କୁ ଗୋଲାପ ଫୁଲ ଦେଇ ଉତ୍ସାହିତ କରାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି