Breaking News

ଗୋଶାଳାରେ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ସାକ୍ଷୀଗୋପାଳ---  ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ଗୋପାଷ୍ଟମୀ ତିଥି ବୋଲି କୁହାଯାଏ  । ଏହି ଅବସରରେ  ଶ୍ରୀ ଶ୍ରୀ ଗୋବିନ୍ଦଜୀଉ ଗୋଶାଳା ପରିସରରେ ଗୋ ଉତ୍ସବ ପାଳିତ ହୋଇଯାଇଛି । ଏଠାରେ ଥିବା ଗୋ ମାତା ମାନଙ୍କୁ ସକାଳୁ ଗାଧୁଆ ପାଧୁଆ କରିବା ସହ ହଳଦୀ.ଚନ୍ଦନ, ସିନ୍ଦୁର ଓ ଫୁଲମାଳ ରେ ସଜାଯାଇଥିଲା  । ପଣ୍ଡିତ ଲକ୍ଷ୍ମୀଧର ପଣ୍ଡାଙ୍କ ଦ୍ୱାରା ଗୋଶାଳା ପରିସରରେ ଏକ ଗୋମୟରେ ଗୋ ଯଜ୍ଞ ଓ ଗୋପୂଜନ କରାଯାଇଥିଲା  । ଗୋ ମାତା ସମ୍ବର୍ଦ୍ଧନା ସଭାରେ ଗୋ ମହାତ୍ମା ସମ୍ବନ୍ଦରେ ନିଜ ନିଜର ବକ୍ତବ୍ୟ ରଖିଥଲେ  । ଏଥିରେ ଅନୁଷ୍ଠାନର ସଭାପତି ମହେଶ୍ୱର ପ୍ରଧାନଙ୍କ ସହିତ ସୁଧିର ଚକ୍ରବର୍ତ୍ତୀଳ କୃଷ୍ଣଚନ୍ଦ୍ର ନାୟକ, ଆଶିଷ କୁମାର ନାୟକ, ଅରବିନ୍ଦ ଦାଶ, ଦିନବନ୍ଧୁ ସ୍ୱାଇଁ, ପଙ୍କଜ ସ୍ୱାଇଁ, ସଞ୍ଜୟ ପରିଡା ପ୍ରମୁଖ ଗୋ ଭକ୍ତମାନେ ଯୋଗଦେଇଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
 D Senapati
Sakhigopal 

Blog Archive

Popular Posts