Breaking News

ବେଗୁନିଆରେ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ

ବେଗୁନିଆ---- ବେଗୁନିଆ ବ୍ଲକ ଅନ୍ତର୍ଗତ ଶଗଡଭଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ୬୮ତମ  ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସଭାର ପ୍ରାରମ୍ଭରେ ଗୋପୂଜନ କାର୍ଯ୍ୟକ୍ରମ ସହ ଉନ୍ନତ କିସମର ଗାଈ ଓ ଘାସଚାଷ ସମ୍ପର୍କିତ  ବୈଷୟିକ ତାଲିମ ପ୍ରଦାନ କରାଯାଇଥିଲା । ପରେ ଏ ନେଇ ଆୟୋଜିତ ସଭାରେ ସ୍ଥାନୀୟ ସରପଞ୍ଚ ବୀଣାପାଣି ସାମନ୍ତରାୟ  ପୌରୋହିତ୍ୟ କରିଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷା ଜାନକୀ ସ୍ୱାଇଁ ,ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ  ଡଃ ମନୋରଞନ ଶତପଥି,ଏଡିଭିଓ ଡଃ ସନ୍ତୋଷ କୁମାର ପଣ୍ଡା,ଡିଟିସି,ଡଃ ଦୀପକ କୁମାର ବେହେରା ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଗୋପାଳନ ଚାଷୀର ଅର୍ଥନୈତିକ ବିକାଶରେ ସହାୟତା କରିପାରିବ ବୋଲି ମତ ଦେଇଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ପ୍ରାୟ  ୬୦ ରୁ ଉର୍ଦ୍ଧ  ଉନ୍ନତ କିସମର ଗାଈ ପାଳକ ମାନେ ଅଂଶ ଗ୍ରହଣ କରିଥିଲେ  ।   ସେଥି ମଧ୍ୟରୁ ପ୍ରଥମ ,ଦି୍ୱତୀୟ ଓ ତୃତୀୟ  ଚୟନ କରାଯାଇ  ସଂପୃକ୍ତ ଚାଷୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ବେଗୁନିଆ ଅତିରିକ୍ତ ପ୍ରାଣୀଚିକିତ୍ସାଧିକାରୀ ଡଃ ବିଶ୍ୱ ରଞନ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ବ୍ଲକ ପ୍ରାଣୀ ଚିିକିତ୍ସାଧିକାରୀ  ଡଃ ସୁଶାନ୍ତ କୁମାର ବଳିୟାରସିଂହ ଧନ୍ୟବାଦ ଦେଇଥିଲେ ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts