Breaking News

ସତ୍ୟବାଦୀରେ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ

 ସାକ୍ଷୀଗୋପାଳ ----- ହିନ୍ଦୁ ଜାତିରେ ଗୋ ମାତା ହେଉଛନ୍ତି ଦୁତୀୟ ମା, ଲକ୍ଷ୍ମୀ,  ମଣିଷର ସର୍ବଶେଷ୍ଠ ସାଥୀ  । ଗୋ ମାୟାଙ୍କୁ ପୂଜା କଲେ ସବୁ ଦେବଦେବୀଙ୍କୁ ପୂଜା କରିବା ସଙ୍ଗେ ସମାନ ।  ଉତ୍ସବରେ ଯୋଗଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ  । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମହୁରା ଗ୍ରାମ ପଞ୍ଚାୟତର ବାଗଲପୁର ଗ୍ରାମ କୋଠଘର ନିକଟରେ ୬୮ ତମ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ଗୋ ପୂଜନ କରାଯାଇଥିଲା  । ସେହିପରି ଗୋ ଚିକିତ୍ସା କରାଯାଇଥିଲା  । ଏଥିରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ  ସକାଳୁ ଉଠିଲେ ପ୍ରଥମେ ଗୋ ମାତାଙ୍କୁ ଦର୍ଶନ କରିଲେ ସୁଖଶାନ୍ତି ମିଳିଥାଏ ବୋଲି ଶ୍ରୀ ସମାନ୍ତରାୟ କହିଥିଲେ  ।  ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟେତିମର‌୍ୟ ଦଳାଇ ,  ଅନ୍ୟତମ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଧୁବ ଚରଣ ଦାଶ, ସରପଞ୍ଚ ନିରଞ୍ଜନ ମହାରୀ ପ୍ରମୁଖ ଯୋଗଦେଇଥିଲେ  । ପୁରୀ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା  । ଯୁଗ୍ମ ନିର୍ଦ୍ଦେଶକ , ନିର୍ଦ୍ଦେଶାଳୟ ପ୍ରାଣୀ ଚିକିତ୍ସା ଓ ପାଳନ ଓଡିଶା  ଡ; ପ୍ରକାଶ କିଶୋର ଖମାରୀ ,ଡ; ପ୍ରସନ୍ନ କୁମାର ପୁଷ୍ଟି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ତତ୍ୱବଧାନରେ କାର୍ଯ୍ୟକ୍ରମଟି କରାଯାଇଥିଲା  । ସ୍ଥାନୀୟ ଅତିରିକ୍ତ ପ୍ରାଣୀ ଚିକିତ୍ସକ ବିଶ୍ୱ ରଞ୍ଜନ ବେହେରା କାର୍ଯ୍ୟକ୍ରମରେ ଅତିଥି ପରିଚୟ ଓ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ  ।  ବିଭିନ୍ନ ବ୍ଳକର ଜିଲ୍ଲା ସ୍ତରୀୟ କର୍ମଚାରୀ ମାନେ ସହଯୋଗ କରିଥିଲେ  ।  ପୁରୀ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନେ ଅଂଶଗ୍ରହଣ କରି ନୂତନ ଜ୍ଞାନ କୈଶଳ ବିସୟରେ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ  । ପ୍ରକଳ୍ପ ସଂଯୋଜକ ଡ. ସଞ୍ଜୟ କୁମାର ମହାନ୍ତି , ନୋଡାଲ ଅଫିସର ଆଲୋକ କୁମାର ମିଶ୍ର ଉପସ୍ଥିତ ରହିଥିଲେ  ।  ଉନ୍ନତ ମାନର ଗୋ ଚାଷୀ ପ୍ରମୋଦ କୁମାର ପରିଡା, ଜୟରାମ ପରିଡା, ସନାତନ ଜେନା ଓ ସୁକାନ୍ତ ସ୍ୱାଇଁଙ୍କୁ ଉପଢ଼ୌକନ, ପ୍ରମାଣପତ୍ର ଓ ପୁରଷ୍କାର ରାଶି ଅତିଥି ମାନେ ପ୍ରଦାନ କରିଥିଲେ  ।
ସାକ୍ଷୀଗୋପାଳରୁ ଡେଲାଙ୍ଗ ସେନାପତି
D Sena[pati
Sakhigopal 

Blog Archive

Popular Posts