Breaking News

ବାଘମାରିରେ ଚକ୍ଷୁ ଚିକିତ୍ସା ଶିବିର

ବେଗୁନିଆ---- ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରି ସ୍ଥିତ ମା ମଙ୍ଗଳା ମନ୍ଦିର ପରିସରରେ ମିଲନ ପଥର ମୁର୍ତ୍ତି ଶିଳ୍ପ ପକ୍ଷରୁ  ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି  । ଏଥିରେ କଟକ ବିଡାନାସି ସ୍ଥିତ  ଜେପିଏମ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଓ ଲୋକ ବିକାଶ ଫାଉଣ୍ଡେସନର  ଆନୂକୁଲ୍ୟରେ ମୋଟ ୧୧୨ ଜଣ ଚକ୍ଷୁ ରୋଗୀଙ୍କୁ   ପରାମର୍ଶ ଦିଆଯାଇଥିଲା । ଏଥିରୁ ମୋଟ ୩୨ ଜଣ ମୋତିଆ ବିନ୍ଦୁ ରୋଗୀ ଚିହ୍ନଟ କରାଯାଇ ଅପରେସନ କରିବା ପାଇଁ  ଚିକିତ୍ସାଳୟକୁ ନିଆ ଯାଇଥିଲା । ଏହି ଶିବିରରେ ସାପ୍ତାହିକ ପତ୍ରିକା ଭୋକିଲାପେଟର ସମ୍ପାଦକ ସୁଧିର ଚନ୍ଦ୍ର ନାୟକ  ଅତିଥିଭାବେ ଯୋଗ ଦେଇଥିଲେ । ଚିକିତ୍ସାଳୟର କର୍ମଚାରୀ ସାବିତ୍ରୀ ସାହୁ,ଅନିରୁଦ୍ଧ ପଣ୍ଡା,ମହେନ୍ଦ୍ର ନାୟକ,ରାଜେଶ୍ୱରୀ ସାହୁ, ବିନୋଦିନୀ ଦାସ ଓ ବିଳାସିନୀ ଦାସ ପ୍ରମୁଖ ସହଯୋଗ କରିଥିବା ବେଳେ ଶିଳ୍ପୀ କଳ୍ପତରୁ ପଣ୍ଡା,ସତ୍ୟବ୍ରତ ସେଟୀ,ଶୁଭକାନ୍ତ ବେହେରା ଓ ଶ୍ରୃତି ରଞନ ସାମନ୍ତରାୟ ପ୍ରମୁଖ ପରିଚାଳନା କରିଥିଲେ । 
    ବେଗୁନିଆରୁ  ଯୋଗେଶ୍ୱର ପଣ୍ଡା                
begunia news, sakhigopal news satyabadi news
Eye treatment center on Baghamari
begunia news
sakhigopal news
satyabadi news

Blog Archive

Popular Posts