ପ୍ରଶ୍ନପତ୍ର ପହଞ୍ଚିଲା ନାହିଁ , କେଉଁଠି ବ୍ଲାକ ବୋର୍ଡରେ ତ ଆଉ କେଉଁଠି ଡକାଗଲା ପ୍ରଶ୍ନପତ୍ର
ହାଟଡିହି ---- ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାପାଇଁ ଏକକ ପରୀକ୍ଷା ବ୍ୟବସ୍ଥା ଲାଗୁ କରିଛନ୍ତି । ସବୁ ଜିଲ୍ଲା ଓ ସବୁ ସ୍କୁଲରେ ପ୍ରଥମ ସମାପ୍ତି ସୁଚକ ଆକଳନ ପରୀକ୍ଷା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକକାଳୀନ ପରୀକ୍ଷା କରାଯାଇଛି । କିନ୍ତୁ ବ୍ୟବସ୍ଥାରେ ଘରେ ନପସୁଣୁ ଚାଳ ବାଜିଲା ସଦୃଶ ହୋଇଛି । ଆଜି ହାଟଡିହି ବ୍ଳକର ପ୍ରତ୍ୟେକ ସ୍କୁଲରେ ଅନେକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିବା ଜଣାଯାଇଛି । ଠିକ ସମୟରେ ପ୍ରଶ୍ନପତ୍ର ନଆସିବାରୁ ପୁର୍ବରୁ ଦୁଇ ଦୁଇଥର ପରୀକ୍ଷାକୁ ଘୁଞ୍ଚାଯାଇ ଥିବାବେଳେ ଆଜି ସମସ୍ତ ପ୍ରଶ୍ନପତ୍ର ଆସି ଠିକ ଭାବେ ପରୀକ୍ଷା ଆରମ୍ଭ ହେବ ବୋଲି ଆଶା କରାଯାଉଥିଲା । ମାତ୍ର ପୁର୍ବରୁ ଯେପରି ଅଭାବ ପ୍ରଶ୍ନପତ୍ରରେ ପରୀକ୍ଷା ହୁଏ ସେହିପରି ପରୀକ୍ଷା କରାଗଲା । କୌଣସି ପରିବର୍ତ୍ତନ ଘଟିଲାନାହିଁ । ଆଜି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଚିତ୍ରାଙ୍କନ ପରୀକ୍ଷା ହେବାକୁ ଥିବାବେଳେ ପ୍ରାୟ ପ୍ରତ୍ୟେକ ସ୍କୁଲରେ ପ୍ରଶ୍ନପତ୍ରର ଅଭାବ ଦେଖାଦେଇଥିଲା । ଫଳରେ କିଏ କଳାପଟାରେ ପ୍ରଶ୍ନ ଲେଖିଥିଲେ ତ ଆଉ କିଏ ପ୍ରଶ୍ନପତ୍ରକୁ ଜେରକ୍ସ କରି ପରୀକ୍ଷା କରାଇଥିବା ଜଣାଯାଇଛି । ମଙ୍ଗଳବାର ଅନୁଷ୍ଠିତ ଗଣିତ ପରୀକ୍ଷା ପାଇଁ ୪ର୍ଥଶ୍ରେଣୀ ପ୍ରଶ୍ନପତ୍ର ଏପର୍ଯ୍ୟନ୍ତ ପହଞ୍ଚିନଥିବା ଜଣାଯାଇଛି । ଗଣଶିକ୍ଷା ବିଭାଗ ପ୍ରଥମରୁ ଯଦି ଏପରି ଅବ୍ୟବସ୍ଥା ଲାଗି ରୁହେ ତେବେ ପରବର୍ତ୍ତୀ ସମୟରେ ଗଣଶିକ୍ଷା ବିଭାଗ କିପରି ପରୀକ୍ଷା କରାଇବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହାଟଡିହିରୁ ବିକାଶ ବିଶ୍ୱାଳ
sakhigopal news
satyabadi news
hatadihi news
sakhigopal news
satyabadi news
hatadihi news