Breaking News

କୋଣାର୍କ ଉତ୍ସବ-୨୦୧୯ରେ ; ୫ପ୍ରକାର ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ହେବ

କୋଣାର୍କ ----- ଡିସେମ୍ବର ୧ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରର ଉତ୍ତର ପାଶ୍ୱର୍ରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ ଭରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତର ମହାକୁମ୍ଭ କୋଣାର୍କ ଉତ୍ସବ-୨୦୧୯ ।  ରାଜ୍ୟ ପର୍ଯ୍ୟଟନ ବିଭାଗ, ପର୍ଯ୍ୟଟନ ଉନ୍ନୟନ ନିଗମ ଓ  ଓଡ଼ିଶା  ସଙ୍ଗୀତ ନାଟକ ଏକାଡେମୀର ମିଳିତ ସହାୟତାରେ ୨୯ ବର୍ଷଧରି ନିରବଛିନ୍ନ ଭାବରେ ଏହି ମୁକ୍ତାକାଶ ରଙ୍ଗମଞ୍ଚରେ ଦେଶ ବିଦେଶ ଆନ୍ତର୍ଜତୀୟ ଖ୍ୟାତିସମ୍ପନ୍ନ ଶାସ୍ତ୍ରୀୟ ନୃତ୍ୟରେ ପାରଦର୍ଷିତା ଲାଭ କରିଥିବା ଲବ୍ଧପ୍ରତିଷ୍ଠିତ କଳାକାରମାନେ ନୃତ୍ୟ ପ୍ରଦର୍ଶନ କରିସାରିଛନ୍ତି । ଚଳିତ ବର୍ଷ  ଉତ୍ସବ ପୂର୍ବପରି ଉଚ୍ଚମାନର ହେବବୋଲି ପର୍ଯ୍ୟଟନ ବିଭାଗର ପକ୍ଷରୁ  ସୂଚନା ଦିଆଯାଇଛି । କୋଣାର୍କରୁ ଅଜିତ କୁମାର ମଲିକ
 A maliki
Konark

Blog Archive

Popular Posts