 |
konark |
କୋଣାର୍କ--- ଭାରତୀୟ ଶାସ୍ତ୍ରୀୟ ନୃତ୍ୟସଙ୍ଗୀତର ଅନୁପମ ସମାରୋହ କୋଣାର୍କ ଉତ୍ସବ-୨୦୧୯ ଆସନ୍ତା ଡିସେମ୍ବର ୧ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ଅବସରରେ ପର୍ଯ୍ୟଟନ ବିଭାଗ ଓ କୋଣାର୍କ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ୪ତାରିଖ ଦିନବେଳା ‘ସାହିତ୍ୟ ଆସର’ ଆୟୋଜିତ ହେବ । ଓଡିଶାର ବିଭିନ୍ନ ପ୍ରାନ୍ତରୁ ୩୦୦ରୁ ଅଧିକ କବି, ଲେଖକ ଓ ସାହିତ୍ୟପ୍ରେମୀ ଏହି ସାହିତ୍ୟ ଉତ୍ସବରେ ଯୋଗଦେଇ ‘ଓଡିଆ କବିତାରେ ଚିତ୍ରକଳ୍ପର ପ୍ରୟୋଗ’ ଶୀର୍ଷକ ଆଲୋଚନାଚକ୍ର ଓ କବିତାପାଠ କାର୍ଯ୍ୟକ୍ରମରେ ଭାଗନେବେ । ଏହି ସାରସ୍ୱତ ଉତ୍ସବରେ ଚଳିତବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବରିଷ୍ଠ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ସାମନ୍ତରାୟଙ୍କୁ କୋଣାର୍କ ସାହିତ୍ୟ ସମ୍ମାନ, କବି ପବିତ୍ରମୋହନ ଦାଶଙ୍କୁ ଅର୍କପ୍ରଜ୍ଞା ସମ୍ମାନ, କବି ରକ୍ଷକ ନାୟକଙ୍କୁ କୋଣାର୍କ କବି ସମ୍ମାନ, ସ୍ୱନାମଧନ୍ୟା ଗାୟିକା ଡ. ସଙ୍ଗୀତା ଗୋସାଇଁଙ୍କୁ କୋଣାର୍କ ଉତ୍ସବ ସମ୍ମାନ, କବି ଡ. ଅବଦୁଲ ଓସିଦ୍ ଖାଁଙ୍କୁ କୋଣାର୍କ ଗବେଷକ ସମ୍ମାନ ଓ ସମାଜସେବୀ ରାମକୃଷ୍ଣ ମହାନ୍ତିଙ୍କୁ ‘କୋଣାର୍କ ସେବା ସମ୍ମାନ’୍୍ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯିବ ବୋଲି ଜଣାପଡିଛି । ଏଥିସହିତ ଚଳିତବର୍ଷ ନୂତନଭାବେ ‘ଧରମା ସମ୍ମାନ’ ପାଇବେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଶିଳ୍ପଗୁରୁ ପ୍ରଭାକର ମହାରଣା । ସାହିତ୍ୟ ସହିତ ଚିତ୍ରକଳାର ଯୁଗଳବନ୍ଦୀ କାର୍ଯ୍ୟକ୍ରମରେ ସାହିତ୍ୟ ଆସର ମଞ୍ଚ ନିକଟରେ ‘ଚିତ୍ରକଳା ପ୍ରଦର୍ଶନୀ’ ଆୟୋଜିତ ହେବ ।
କୋଣାର୍କରୁ ଅଜିତ କୁମାର ମଲ୍ଲିକ