Breaking News

ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇଲେ ବିଧାୟକ

ହାଟଡ଼ିହି----- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ବିଧାୟକ, ମନ୍ତ୍ରୀ ଓ ସଚିବ ଓ ଅଧିକାରୀ ମାନଙ୍କୁ ସ୍କୁଲ କଲେଜ ବୁଲି ସରକାରଙ୍କ ଦ୍ୱାରା ପ୍ରଣୟନ ବ୍ୟବସ୍ଥା ଗୁଡିକର ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।  ଆଜି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଅଚାନକ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା କରିଥିଲେ  ।  ବିଇଓ କ୍ଷୀରୋଦ କୁମାର ତ୍ରିପାଠୀ, ଏବିଇଓ ତଥା ବିଆରସିସି ବିନୋଦ କୁମାର ରାଉତ, ଏବିଇଓ ସୁରଥ କୁମାର ସାହୁ ପ୍ରମୁଖ ଗ୍ରସ୍ଥ କରିଥିଲେ । ବିଧାୟକ ଶ୍ରୀ ସେଠୀ ସ୍କୁଲରେ ପହଞ୍ଚି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ଓ ବିଦ୍ୟାଳୟର ଶୌଚାଳୟ, ପାନୀଜଳ ବ୍ୟବସ୍ଥା ସମ୍ପର୍କରେ ତଦାରଖ କରିବା ସହିତ ପିଲାମାନଙ୍କ ସହିତ ବସି ମଧ୍ୟାହ୍ନ ଭୋଜନ ଖାଇଥିଲେ । ପରେ ବିଦ୍ୟାଳୟରେ ହୋଇଥିବା ଅନିୟମିତା ଅଭିଯୋଗ ସମ୍ପର୍କରେ ତଦନ୍ତ କରିବା ପାଇଁ ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳୟକୁ ଆସୁଥିବା ଅନୁଦାନ ଭିନ୍ନ ଏକ ଏକାଉଣ୍ଟକୁ ପଳାଉଥିବାରୁ ବିଦ୍ୟାଳୟରେ ପୋଷାକପତ୍ର ଓ ଯୋତା ଠିକ ସମୟରେ ଦିଆଯାଉ ନଥିବା ସମ୍ପର୍କରେ ଦେଖିବାକୁ ମିଳିଥିଲା । ଏପରି ସମସ୍ୟା ଦିୀର୍ଘବର୍ଷ ହେବ ରହିଆସିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୁପକ୍ଷ ଏନେଇ କୌଣସି ପଦକ୍ଷେପ ନେଉ ନଥିବାରୁ ସମସ୍ୟା ଉପୁଜୁଛି  ।  ତେଣୁ କିପରି ଏହାର ସ୍ଥାୟୀ ସମାଧାନ ହେବ ସେନେଇ ପଦକ୍ଷେପ ନେବାକୁ ବିଧାୟକ ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳୟର କ୍ୟାସବୁକ, ବ୍ୟାଙ୍କ ଜମାଖାତା ଆଦିର ତଦାରଖ କରାଯାଇଥିଲା । କିଛି ଶିକ୍ଷକ ବିଦ୍ୟାଳୟରେ ରହି ଗାଁ ରାଜନୀତିରେ ଭାଗ ନେଉଥିବା ସମ୍ପର୍କରେ ଗାଁ ଲୋକଙ୍କ ଅଭିଯୋଗ କ୍ରମେ ବିଧାୟକ ଶିକ୍ଷକ ମାନଙ୍କୁ ଏଥିରୁ ନିବୃତ ରହିବାକୁ ତାଗିଦା କରିଥିଲେ । ଏହି ସମୟରେ ବରିଷ୍ଠ ବିଜେଡି ନେତା ମାର୍କଣ୍ଡ ଚରଣ ଓଝା, ଅକ୍ଷୟ ବରାଳଙ୍କ ସମେତ ଗୋପାଳପୁର, ଘୋଷରାପଦା, ଚୋରଗଡିଆ ପ୍ରଭୃତି ଗାଁର ଅଭିଭାବକମାନେ ଉପସ୍ଥିତ ଥିଲେ ।
 ହାଟଡିହିରୁ ବିାକଶ ବିଶ୍ୱାଳ


B Biswal
Hatadhi 

Blog Archive

Popular Posts