Breaking News

କୋଇଲା ମାଲଗାଡିରେ ନିଆଁ ଜଲିଲା ; ତିନି ଘଣ୍ଟା ପରେ ନିଆଁ ଲିଭା ଆରମ୍ଭ ହେଲା


ବରଗଡ----- ବରଗଡ଼ ଜିଲ୍ଲାର ଗୋଡ଼ଭଗା ରେଲୱେ ଷ୍ଟେସନରେ ଏକ କୋଇଲା ମାଲଗାଡିରେ ନିଆଁ ଲାଗି ଯାଇ ଯୋରସୋର ଧୁଆଁ ବାହାରୁଥିଲା ।  ମାଲଗାଡିଲ  ୯ ନଂ ଡବାରେ ଭରପୁର ଥିବା କୋଇଲା ଯାହାକି ତିନି ଚାରି ଘଣ୍ଟା ହେଲାଣି ଧୂଆଁ ବାହାରୁଥିବାର ଜଣା ପଡ଼ିଥିଲା । ସଙ୍ଗେ ସଙ୍ଗେ ଗୋଡ଼ଭଗା ରେଲୱେ ଷ୍ଟେସନ ମାଷ୍ଟରଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଯାହା ଫଳରେ ଗୋଡ଼ଭଗା ଷ୍ଟେସନରେ ମାଲ ଗାଡିଟି ଅଟକି ରହିଥିଲା। ସମ୍ବଲପୁର ଡିବିଜନ ରୁ ବାହାରି ବିଜୟୱଡା ଅଭିମୁଖେ ଯାଉଥିଲା । ଇଲେଟ୍ରି ଷ୍ଟାଫ ନ ଥିବା ଯୋଗୁଁ ଧୂଆଁ କୁ ବନ୍ଦ କରାଯାଇ ପାରିନଥିଲା । ଗୋଡ଼ଭଗା ଷ୍ଟେସନ ମାଷ୍ଟର ଆଶିଷ କୁମାର ବିଶ୍ବାଳ କହିଲେ ଷ୍ଟାଫ ନାହାନ୍ତି ଆସିଲେ ଲାଇନ କଟିବା ପରେ  ନିଆଁକୁ ଆୟତ୍ତ କରାଯିବ । ଏଥିରେ ଜଣା ପଡୁଛି କେତେ ଅବହେଳାର ଚାଲିଛି  ରେଳ ବିଭାଗ ।  ଏ ଖବର ପାଇ ବୁର୍ଲା ରୁ ଫାଏର ଷ୍ଟେସନରୁ ଷ୍ଟାଫ ଆସି ତିନିଘଣ୍ଟା ହେଲାଣି ତତ୍ପରତାର ସହ ରହିଛନ୍ତି।କିନ୍ତୁ ଇଲେଟ୍ରି ଷ୍ଟାଫ ନାହିଁ ବୋଲି ନିଆଁକୁ ଆୟତ୍ତ କରାଯାଇ ପାରୁନାହିଁ ।ଏହିପରି ଅବହେଳା କାରଣରୁ କେତେବେଳେ ଯେ ବଡ଼ ଧରଣର ଅଘଟଣ ନହେବ ତାହା କିଏ କହିପାରିବ ବୋଲି ଲୋକେ କହୁଛନ୍ତି। ଏନେଇ ଷ୍ଟେସନ ମାଷ୍ଟରଙ୍କୁ ବିଶ୍ୱାଳ ବାବୁଙ୍କୁ ଘଟଣା ବାବଦରେ ପଚାରିବାରୁ ନିଜ ଦୋଷଲୁ ଲୁଚେଇବାକୁ ଯାଇ  ମିଡ଼ିଆକୁ  କୌଣସି ତଥ୍ୟ ଦେବୁ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ।ତେବେ ଦେଖାଯାଉ ଏମାନଙ୍କ ଅବହେଳା ଯୋଗୁଁ  ଆଜି ଏକ ବଡ ଧରଣର ଅଗ୍ନି କାଣ୍ଡ ଘଟିବାରୁ ଅଳ୍ପକେ ରକ୍ଷା ପାଇଲା ।   ଯଦି ଏହା ମାଲଗାଡି ନ ହୋଇ ଯାତ୍ରାବାହି ଗାଡି ହୋଇଥାନ୍ତା ତା ହେଲେ କଣ ବିଦ୍ୟୁତ ବିଭାଗର କର୍ମଚାରୀ ଙ୍କୁ ଅପେକ୍ଷା କରାଯାଇଥାନ୍ତା । ରେଲୱେଉଚ୍ଚ ପଦସ୍ଥ ଅଧିକାରୀ କଣ ପଦକ୍ଷେପ ନେଉଛନ୍ତି।ଏମାନଙ୍କୁ ସାବାସୀ ଦେବେ ନା ତାଙ୍କ ପାଇଁ ଆଉ କିଛି ବ୍ୟବସ୍ଥା କରିବେ ତାହା ଦେଖିବାକୁ ବାକି ରହିଲା ।
 ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts