ତେଲୁଗୁ ସଂପ୍ରଦାୟର ଲୋକମାନେ ପାଲିଳେ ନାଗ ଚତୁର୍ଥୀ
କୋଣାର୍କ ---- କୋଣାର୍କ ଏନଏସିର ୮ନମ୍ବର ୱାର୍ଡ ଅନ୍ତର୍ଗତ ଚନ୍ଦ୍ରଭାଗା ତେଲୁଗୁ ବସ୍ତିରେ ବସବାସ କରୁଥିବା ହିନ୍ଦୁ ସମ୍ପ୍ରଦାୟର ପୁରୁଷ ଓ ମହିଳା ମାନେ ନାଗ ଚତୁର୍ଥୀକୁ ଧୁମଧାମରେ ପାଳନ କରିଛନ୍ତି । କାର୍ତ୍ତିକ ମାସର ନାଗ ଚତୁର୍ଥୀରେ ନାଗ ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ମହଳାମାନେ ନାଗ ଚତୁର୍ଥୀର ୭ଦିନ ପୂର୍ବରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଥାନ୍ତି । ଏଥିପାଇଁ ସେମାନେ ମୁଗକୁ ପାଣିରେ ଭିଯାଇ ନିଜ ନିଜ ପୂଜା ଗୃହରେ ପୂଜାର୍ଚ୍ଚନା କରିଥାନ୍ତି । ଇତି ମଧ୍ୟରେ ଏହି ମୁଗଗୁଡିକ ଛୋଟ ଛୋଟ ଗଛରେ ପରିଣତ ହୋଇଯାଇଥାଏ । ନାଗ ଚତର୍ଥୀ ଦିନ ତେଲୁଗୁ ସମ୍ପ୍ରଦାୟର ଆବାଳ ବୃଦ୍ଧ ବନିତା ସକାଳୁ ନିତକର୍ମ ସାରି ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ନାଗ ଦେବତାଙ୍କ କୋପରୁ ନିଜ ପରିବାରକୁ ରକ୍ଷା କରିବା ପାଇଁ ସେମାନେ ପ୍ରଥମେ ଉଇ ହୁଙ୍କା ନିକଟରେ ସମବେତ ହୋଇ ପୂଜାର୍ଚ୍ଚନା କରିବା ପରେ ସାଙ୍ଗରେ ଆଣିଥିବା କୁକୁଡା ବଳି, ଅଣ୍ଡା, ଖୀର, କଦଳୀ, ନଡିଆ, ମୁଗ ଗଛ ଓ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା ।
କୋଣାର୍କରୁ ଅଜିତ କୁମାର ମଲିକ