ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘ କାତ୍ତିକ ସେବାରେ
ଡେଲାଙ୍ଗ ---- ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘ ସେବା କାର୍ଯ୍ୟରେ ନିୟୋଜିତ ରହିଛି । ପୁରୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳି ମାନଙ୍କୁ ରଖାଯାଇଥିବା ସ୍ଥାନରେ ଡେଲାଙ୍ଗ ମିଶନ ଶକ୍ତିର ମହାସଂଘର ସମ୍ପାଦିକା ବାସନ୍ତୀ ସାହୁଙ୍କ ନେତୃତ୍ୱରେ ସେବା କାର୍ଯ୍ୟ ଜାରି ରହିଛି । ମା ମାନଙ୍କ ପାଇଁ କଦଳୀ ପତ୍ର ସାଇଜି କରୁଛିତ କିଏସେ କଞ୍ଚାଲଙ୍କା,ଲୁଣ ଓ ଲେମ୍ଭୁ କଟରରେ କାଟିକି ରଖୁଛନ୍ତି । ଏହି କାର୍ଯ୍ୟ କରି ସେମାନେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି । ମାନବ ସେବା ଭଗବନାଙ୍କ ସେବା ସଙ୍ଗେ ସମାନ ବୋଲି ସଂଗଠନର ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ କହନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଭାରତୀ ଚମ୍ପତ୍ତି, ଶୁଭଲକ୍ଷ୍ମୀ ସ୍ୱାଇଁ, ସ୍ୱର୍ଣ୍ଣମୟୀ ଜେନା, ସବିତା ବରାଳ, ବନିତା ଦାସ, ପ୍ରତିମା ଦାସ, କଳ୍ପନା ପରିଡା, ପ୍ରସାଦିନୀ ମଙ୍ଗରାଜ, ପୁଷ୍ପଲତା ସୁନ୍ଦରାୟ ପବିତା ପରିଡା ପ୍ରମୁଖ ଏହି ସେବା କାର୍ଯ୍ୟରେ ନିୟାଜିତ ରହିଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି