Breaking News

ଯୁବ ଓ କିଶୋର ସଶକ୍ତିକରଣ କାର୍ଯ୍ୟକ୍ରମ

କୋଣାର୍କ--- କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ୟୁନିସେଫ୍ ଓ ୟଙ୍ଗଇଣ୍ଡିଆ ସହାୟତାରେ  ‘ରେଡିଓ ନମସ୍କାର’ ପକ୍ଷରୁ ଗୁରୁବାର ଅପରାହ୍ନରେ ଯୁବ ଓ କିଶୋର ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶୋଭନିୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ରୁକ୍ମୁଣୀ ଦେବୀଙ୍କ ଅଧ୍ୟକ୍ଷତା କରିଥିଲେ  ।  ଅତିଥି ଭାବେ ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, କୋଣାର୍କ ଏନ୍.ଏ.ସି ନିର୍ବାହୀ ଅଧିକାରୀ ଏମ୍ . ଶ୍ରୀନିବାସ, କୋଣାର୍କ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ବିଧୁଭୂଷଣ ନାୟକ, ଶିକ୍ଷାବିତ ରବିନ୍ଦ୍ରନାଥ ବାହିନପତି, ସମାଜସେବୀ ରାମକୃଷ୍ଣ ମହାନ୍ତି  ପ୍ରମୁଖ ଯୋଗଦେଇଥିଲେ  ।  ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ପ୍ରଥା ବିଲୋପ, ଶିଶୁ ସୁରକ୍ଷା, ଶିଶୁ ଅଧିକାର ସମ୍ପର୍କୀତ ବିଭିନ୍ନ ଆଇନର ସଦୁପଯୋଗ, ସ୍ୱଚ୍ଛତା, ନିରନ୍ତର ଶିକ୍ଷା ଓ କିଶୋର କିଶୋରୀ ମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ପରି ବିଭିନ୍ନ ଯୋଜନା ସମ୍ପର୍କରେ ଅତିଥିମାନେ ମତ ପ୍ରକାଶ କରିଥିଲେ । ଓଡିଶାର ପ୍ରଥମ ଗୋଷ୍ଠି ବେତାରକେନ୍ଦ୍ର ରେଡିଓ ନମସ୍କାର ଦ୍ୱାରା ଯୁବ କିଶୋରୀ ମାନଙ୍କୁ ସଚେତନତାର ବାର୍ତା ପହଞ୍ଚାଇ ଅନେକ ପରିବର୍ତନ ଆଣିପାରିଛି  ବୋଲି ରେଡିଓ ନମସ୍କାରର ଅଧ୍ୟକ୍ଷ ଏନ ଏ ଶାହା ଅନସାରି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ରୋଜାଲିନ୍ ପ୍ରଧାନ ସଂଯୋଜନା କରିଥିବା ବେଳେ କାର୍ଯ୍ୟକମକୁ ଏସ୍ କାଜଲ, ଟିିକିନା ରାଉତ, ପ୍ରିୟବ୍ରତ ମହାନ୍ତି ଓ ନବଘନ ମୁଦୁଲି ପମୂଖ ପରିଚାଳନା କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts