Breaking News

ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀର ଅପରିଷ୍କାର ଜଳରାଶିକୁ ନେଇ ଅସନ୍ତୋଷ

କୋଣାର୍କ ----- ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ଏବେ ତାର ପବିତ୍ରତା ହରାଇ ସାରିଲାଣି । ସଚେତନତା ଅଭାବରୁ ପ୍ରତି ଦିନ ଏହି ତୀର୍ଥ ପୁଷ୍ପରଣୀଟି ଅଳିଆ ଆବର୍ଜନାମୟ ହୋଇ ପଡୁଛି  । ପର୍ବପର୍ବାଣୀରେ ପୂଜା ପାଉଥିବା ଦେବାଦେବୀଙ୍କ ପ୍ରତିମୂର୍ତ୍ତୀ ଏଠାରେ ବିସର୍ଜନ କରାଯିବା ଯୋଗୁଁ ତୀର୍ଥ ପୁଷ୍କରଣୀର ପବିତ୍ର ଜଳରାଶି ଦୁଷିତ ହୋଇ ପୁତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ତୀର୍ଥ ପୁଷ୍କରଣୀର ଏପରି ଅବସ୍ଥାକୁ ଦେଖି ଶ୍ରଦ୍ଧାଳୁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ସ୍ନାନ କରିବାକୁ ନାପସନ୍ଦ କରୁଛନ୍ତି । ପବିତ୍ର କାର୍ତ୍ତିକ ମାସରେ  ହବିଶ୍ୟାଳିମାନେ ଏଠାରେ  ରହି ତୀର୍ଥ ସ୍ନାନ କରୁଥିବା ବେଳେ ପୂଷ୍କରଣୀର ଦୁଷିତ ଜଳରାଶିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।  ଆସନ୍ତା ୧୨ ତାରିଖ କାର୍ତ୍ତିକ ପୂର୍ଣ୍ଣମୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତୀର୍ଥ ପୂଷ୍କରଣୀର ଅପରିଷ୍କାର ଜଳରାଶିରେ ସ୍ନାନ କରିବେ ।  ଏତଦବ୍ୟତିତ ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିସେମମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ ସମୟରେ ଚନ୍ଦ୍ରଭାଗାର ସ୍ୱର୍ଣ୍ଣିମ ବେଳାଭୂମିରେ ଅନୁଷ୍ଠିତ ହେବ  । ସେହିପରି ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ମଧ୍ୟ ଅନୁଷ୍ଠିତ ହେବ  ।  ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ତତପରତା ପ୍ରକାଶ କରିବା ପରିବର୍ତ୍ତେ ନିରବ ଦ୍ରଷ୍ଟା ସାଜିଥିବା ଲୋକେ ଅଭିଯୋଗ କରିଛନ୍ତି ।  । ଚନ୍ଦ୍ରଭାଗାର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାରେ ସୁଧାରିବା ପାଇଁ ହେଲେ ନିୟମିତ ତୀର୍ଥ ପୁଷ୍କରଣୀ ସଫେଇ ଓ ଏହାର ଚତୁପାଶ୍ୱର୍ରେ  ଆବର୍ଜନା କୁଣ୍ଡ ଏବଂ ଦେବାଦେବୀଙ୍କ ମୁର୍ତ୍ତି ବିସର୍ଜନ ପାଇଁ ସ୍ୱତନ୍ତ୍ର ପୁଷ୍କରଣୀର ବ୍ୟବସ୍ଥା କରିବା ପାଇଁ ପ୍ରଶାସନକୁ ବୁଦ୍ଧିଜୀବିମାନେ ନିବେଦନ କରିଛନ୍ତି ।
 କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts