Breaking News

ନାଗସାପ ଉଦ୍ଧାର


 ଡେଲାଙ୍ଗ ---  ଡେଲାଙ୍ଗ ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମର ଯୋଗେନ୍ଦ୍ର ପାଇକରାଙ୍କ ଛାତ ଘରୁ ଏକ ବିସାକ୍ତ ୫ଫୁଟ ଲମ୍ବାର ନାଗସାପ ଉଦ୍ଦାର କରାଯାଇଛି । ପ୍ରଥମେ ନାଗ ସାପଟି ଘରେ ବୁଲୁଥିବା ଦେଖି ପରିବାର ଲୋକମାନେ ପାଟି ତୁଣ୍ଡ କରିବାରୁ ସାପଟି ଭୟରେ ସିଡି ଘର ତଳେ ଥିବା ଜିନିଷ ପତ୍ର ମ ଧ୍ୟରେ ଲୁଚି ରହିଯାଇଥିଲା  । ତୁରନ୍ତ ବେରବୋଇର ଉଦୟପୁର ଗ୍ରାମର ପ୍ରହଲ୍ଲାଦ ପ୍ରଧାନ ସାପ ଧରାଳିଙ୍କୁ ଖବର ଦିଆଯାଇଥିଲା  । ଖବର ପାଇ ସେ ସଙ୍ଗେ ସଙ୍ଗେ ପାଇକରାଙ୍କ ଘରେ ପହଞ୍ଚି ସାପଟିକୁ ଠାବ କରିବା ସହ ଧରିବାରେ ସକ୍ଷମ ହୋଇଥିଲେ  । ସାପଟିକୁ ଧରିବା ପରେ ପାଖ ଜଙ୍ଗଲରେ ଛାଡି ଦେଇଥିବାର ଜଣାପଡିଛି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts