Breaking News

ପାଣି ପଞ୍ଚାୟତର କର୍ମକର୍ତ୍ତା ନିର୍ବାଚିତ


ସାକ୍ଷୀଗୋପାଳ -----ସାକ୍ଷୀଗୋପାଳ ଶାଖା କେନାଲ ଓ ଏହାର ସଂଲଗ୍ନ ପ୍ରଣାଳୀ ଅଧିନସ୍ଥ ପାଣି ପଞ୍ଚାୟତର ସୁପରିଚାଳନା  ନିମନ୍ତେ ପାଣି ପଞ୍ଚାୟତ ଗଠନ କରାଯାଇଛି  । ପୁରୀ ସଦର ଓ ସତ୍ୟବାଦୀ ବ୍ଳକର ଦୁଗଲ ଓ ବାମଦେଇପୁରର ୩୩ ଜଣ ମହିଳା ପୁରଷ ଚାଷୀଙ୍କୁ ନେଇ ବାବା ବୁଦେ୍ଧଶ୍ୱର ଦେବ ୫୦ ନଂ ପାଣି ପଞ୍ଚାୟତ ଗଠନ ହୋଇଛି ।  ପୁରୀ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାତ୍ର ନୂତନ କର୍ମକର୍ତ୍ତା ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ  ।  ଶୁକ୍ରବାର  ସାକ୍ଷୀଗୋପାଳ କାଞ୍ଜିଆ ଗ୍ରାମ ନିକଟ ଜଳସେଚନ ଡାକବଙ୍ଗଳା ପରିସରରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରଘୁନାଥ ସ୍ୱାଇଁ ନିର୍ବାଚନ ଅଧିକାରୀ ଭାବେ ଉପସ୍ଥିତ ରହିଥିବା ବଳେ ସହକାରୀ ଯନ୍ତ୍ରୀ ଅଧିକାରୀ ମୃତୁଞ୍ଜୟ ଦାସ ନିର୍ବାଚନ ପରିଚାଳନା କରିଥିଲେ  । ପ୍ରଥମେ ଏକ ବୈଠକ କରାଯାଇ ଥିଲା  । ଏହି ନିର୍ବାଚନରେ ସଭାପତି ଭାବେ ଆପିଲାର କାଳୁ ଚରଣ ସାମନ୍ତରାୟ, ସମ୍ପାଦକ ଭାବେ ଦୁଗଲର କୁବେର ଜେନା ଓ କୋଷାଧ୍ୟକ୍ଷ ଭାବେ ବାହ୍ମଣପଡାର ସୁଦର୍ଶନ ମହାପାତ୍ର ପ୍ରାର୍ଥୀପତ୍ର ଦାଖଲ କରିଥିଲେ  । ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିଲେ  ।  ୩୩ଜଣ ସଭ୍ୟ ସଭ୍ୟା  ମାନଙ୍କ ମଧ୍ୟରୁ ୨୬ ଜଣ ସଭ୍ୟସଭ୍ୟା ନିର୍ବାଚନ ବୈଠକରେ ଉପସ୍ଥିତ ରହିଥିଲେ  । ଅପରାହ୍ନ ୨.୩୦ରେ ନିର୍ବାଚନ ଆଇନ ଅନୁଯାୟୀ ଅତିରିକ୍ତ ନିର୍ବାଚନ ଅଧିକାରୀ ରଘୁନାଥ ସ୍ୱାଇଁ ଏହି ତିନିଜଣଙ୍କୁ ନିର୍ବାଚିତ ହେଲେ ବୋଲି ଘୋଷଣା କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts