ବେନୁପଡା ମଠ ସଫେଇ କଲା ରୟାଲ ଡେଲାଙ୍ଗ-୨୨୨
ଡେଲାଙ୍ଗ ------ ଡେଲାଙ୍ଗ ବ୍ଳକର ବେନୁପଡା ମଠରେ ଅଁଳାନବମୀ ପର୍ବ ଆସନ୍ତା ୫ ତାରିଖରେ ପାଳିତ ହେବ । ସାକ୍ଷୀଗୋପାଳରେ ମା ରାଧାଙ୍କ ପାଦ ଦର୍ଶନର ସୁଯୋଗ ମିଳିଥିବା ବେଳେ ବେନୁପଡା ମଠରେ ସିଦ୍ଧ ପୁରୁଷ ବା ବେନୁପଡା ମଠର ପ୍ରତିଷ୍ଠାତା ବାଇଦାସଙ୍କ ମା ସାଧାବାଙ୍କର ଶ୍ରାଦ୍ଧ ଦିବସ ପାଳିତ ହୋଇଥାଏ । ଏଥିଯୋଗୁ ହଜାର ହଜାର ଭକ୍ତ ମାନଙ୍କର ଗହଳି ଲାଗିଥାଏ । ରୟାଲ ଡେଲାଙ୍ଗ-୨୨୨ସଂଗଠନର ସଭାପତି ସମୟ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ବେନୁପଡା ମଠ ସଫେଇ କାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଗ୍ରାମାବସୀ ମାନେ ବେଶ ପ୍ରଶଂସା କରିଛନ୍ତି । ସଫେଇ କାର୍ଯ୍ୟକ୍ରମରେ ସୁଭକାନ୍ତ ପରିଡା, ସୋମନାଥ ନାୟକ, ପ୍ରତାପ ମଲ୍ଲିକ, ତନ୍ମୟ ବିଶ୍ୱାଳ, ରାମକୃଷ୍ଣ ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି