ସାକ୍ଷୀଗୋପାଳ ମନ୍ଦିରରେ ଗରୁଡ ଦ୍ୱାଦଶୀ ପର୍ବ ପାଳନ
ସାକ୍ଷୀଗୋପାଳ----- ପବିତ୍ରର ମାସ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ଗରୁଡ ଦ୍ୱାଦଶୀ ଭାବେ ଜରାଶୁଣା । ସାକ୍ଷୀଗୋପାଳ ମନ୍ଦିର ପରିସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ବାହନ ଗରୁଡଙ୍କର ସ୍ୱତନ୍ତ ପୂଜାନୀତି ଶନିବାର ଅନୁଷ୍ଠିତ ହୋଇଯାଇଛି । ବିଷ୍ଠୁଙ୍କ ମନ୍ଦିରରେ ଗରୁଡ ଉଚ୍ଚ ସ୍ଥାନରେ ବିରାଜ ମାନ କରୁଥିବାରୁ ତାଙ୍କୁ ନ ଛୁଇଁ ସେ ବସିଥିବା ସ୍ତମ୍ଭକୁ କୁଣ୍ଡାଇ ଭକ୍ତ ନିଜର ମନଷ୍କାମନା ପୂର୍ଣ୍ଣ କରିବା ପାଇଁ ଠାକୁରଙ୍କ ନିକଟରେ ଜଣାଇବାକୁ ଗରୁଡଙ୍କୁ ନିବେଦନ କରିଥାନ୍ତି । ସାକ୍ଷୀଗୋପିନାଥ ଠାକୁରଙ୍କର ଅବକାଶ ସମୟରେ ଗରୁଡଙ୍କୁ ସ୍ନାନ କରିବା ସହିତ ନୂତନବସ୍ତ୍ର ପରିଧାନ, ଫୁଳ, ଚନ୍ଦନ, ସିନ୍ଦୁର ଲାଗି କରାଯାଇଥିଲା । ମନ୍ଦିରରେ ବାଳଧୂପ ସମୟରେ ଯାତଭୋଗ, ଉପଚାର ଓ ଆଳତୀ କରାଯିବା ପରେ ପୂଜାପଣ୍ଡା, ପାଳିଆପତ୍ରି ଗରୁଡ ସ୍ତମ୍ଭ ପାଖରେ ଯାତଭୋଗ କାକେରା ଗରୁଡଙ୍କୁ ସମର୍ପଣ କରିବା ସହ ପାତ୍ରୀ ଆଳତୀ କରିଥିଲେ । ଗରୁଡଙ୍କ ସ୍ନାନ ଜଳ ସେବନ କରି ଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଦର୍ଶନ କରିବା ସହ ତାଙ୍କର ବାହନ ଗରୁଡଙ୍କୁ ପୂଜ।।ର୍ଚ୍ଚନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି