ଶ୍ରୀ ରଘୁନାଥ ମନ୍ଦିରରେ ତୁଳସି ବିବାହ ଅନୁଷ୍ଠିତ
ସାକ୍ଷୀଗୋପାଳ----- କାତ୍ତିକ ମାସ ଗରୁଡ ଦ୍ୱାଦଶି ତିଥିରେ ତୁଳସି ଓ ନାରାୟଣଙ୍କର ବିବାହ ଉତ୍ସବ ସାକ୍ଷୀଗୋପିନାଥଙ୍କ ମନ୍ଦିର ପାଶ୍ୱର୍ରେ ଥିବା ଶ୍ରୀ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଦିକ ରିତିନିତୀ ଅନୁଯାୟୀ ଶ୍ରୀରାମ ମନ୍ଦିରରେ ଚଳନ୍ତି ପ୍ରତିମା ନାରାୟଣ ସହିତ ତୁଳସିଙ୍କ ବିବାହ ପୁରୋହିତ ଭାବେ ହରିହର ମହାପାତ୍ର ରହିଥିବା ବେଳେ ମନ୍ଦିରର ପୂଜାରୀ ବଂଶୀଧର ପାଢୀ ବିବାହ କାର୍ଯ୍ୟରେ ସହଯୋଗ କରିଥିଲେ । ସତ୍ୟପିୟ ମହାପାତ୍ର ବରପିତା ଓ ମୋହନ ପଣ୍ଡା କନ୍ୟାପିତା ଭାବରେ ଯୋଗଦେଇଥିଲେ । ବିବାହ କାର୍ଯ୍ୟରେ ବର କନ୍ୟାପକ୍ଷରୁ ଭଦ୍ରଲୋକ ଭାବରେ ରାମଚନ୍ଦ୍ର ନନ୍ଦ ଓ ବିଶ୍ୱନାଥ ମହାପାତ୍ର ରହିଥିଲେ । ବିବାହ କାର୍ଯ୍ୟସମାପର୍ଣ୍ଣ ପରେ ମହିଳା ମାନେ ହୁଳହୁଲି ପକାଇ ବନ୍ଦାପନା କରିବା ସହ ବରକନ୍ୟାଙ୍କୁ ଉପହାର ପ୍ରଦାନ କରିଥିଲେ । ରାତ୍ରରେ ଭକ୍ତ ମାନଙ୍କ ପାଇଁ ମହାପ୍ରସାଦ ସେବନ ଆୟାଜନ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି