 |
Khandamala |
କନ୍ଧମାଳ--- କନ୍ଧମାଳ ଜିଲ୍ଲାର ବାଲିଗୁଡା ପୋଲିସକୁ ଏ ବର୍ଷର ସବୁଠାରୁ ବଡ ସଫଳତା ମିଳିଛି । ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ଦ୍ୟମରେ ସୋଲାଗୁଡା ଗ୍ରାମ ପଞ୍ଚାୟତର ମେଲସିକା ୧୩୩ ଏକର ଗ୍ରାମ ଜଙ୍ଗଲରେ ହୋଇଥିଲା ଗଞ୍ଜେଇ ଚାଷ । ଏପରିକି ଆଉ ଅଳ୍ପ ଦିନ ତଳେ ବେପାରୀ ମାନେ କାଟି ନେଇଥାନ୍ତେ । ବାଲିଗୁଡା ଆଇଆଇସି ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଏହି ଚଡାଉ କରାଯାଇଥିଲା । ଏହି ଗଞ୍ଜେଇର ମୂଲ୍ୟ ପ୍ରାୟ ୨୬ କୋଟି ଟଙ୍କାର ହେବ ବୋଲି ଆଇଆଇସି ଶ୍ରୀ ବେହେରା କହିଛନ୍ତି । ଗଛ ଗୁଡିକ ମେସିନ ସାହାର୍ଯ୍ୟରେ କଟା ଯାଇ ପୋଡି ଦିଆଯାଇଥିବା ଜଣାପଡିଛି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା
