ଭିଆଇପି ଓ କାର ପାସକୁ ନେଇ , ଅଁଳାନବମୀ ଯାତ୍ରା ଆରମ୍ଭରୁ ଅଘଟନ; ଦର୍ଶନ ବନ୍ଦ
![]() |
Sakhigopal |
ରେ ସାକ୍ଷୀଗୋପିନାଥ ମନ୍ଦିରରେ ପୂଜିତ ମା ଶ୍ରୀ ରାଧାଙ୍କ ପାଦ ଦର୍ଶନ ବର୍ଷକୁ ଗୋଟିଏ ଥର ମିଳିଥାଏ । ସେଥିଯୋଗୁ ଶତାଧିକ ଶ୍ରଦ୍ଧାଳୁ ମାନେ ଦର୍ଶନ କରିବା ସହ ମାଙ୍କ କୃପା ଲାଗି କରିବା ପାଇଁ ଆସିଥାନ୍ତି । ମାତ୍ର ଜିଲ୍ଲା ପ୍ରଶାସନର ତୃଟି ଯୋଗୁ ସେବାୟତ ମାନେ ପ୍ରାୟ ଏକଘଣ୍ଟା ଧରି ଦର୍ଶନ ବନ୍ଦ ରଖିଛନ୍ତି । ଯାହା ଫଳରେକି ଲୋକମାନେ ଘଣ୍ଟା ଘଣ୍ଟା ଧରି ଲାଇନିରେ ଠିଆ ହୋଇ ବିରକ୍ତି ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷେ ଜିଲ୍ଲା ପ୍ରଶାସନ ମନଇଛା ବିଆଇପି ପାସ ଓ ୍କାର ପାସ କରି ସେମାନଙ୍କ ଲୋକଙ୍କୁ ମନ୍ଦିର ପଛଦ୍ୱାର ପଟେ ଛାଡୁଥିବା ଅଭିଯୋଗ ନେଇ ସେବାୟତ ମାନେ ନୀତି ବନ୍ଦ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି