Breaking News

ଅଁଳାନବମୀ ଯାତ୍ରାର ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସ ପି

 ସାକ୍ଷୀଗୋପାଳ  ----  ପୁରୀ ଜିଲ୍ଲାର ଦୁତୀୟ ଗଣପର୍ବ ସାକ୍ଷୀଗୋପିନାଥଙ୍କ ଅଁଳାନବମୀ  । ବର୍ଷକୁ ଥରେ ମା ଶ୍ରୀ ରାଧା ଓଡିଆଣୀ ବେଶରେ ଦର୍ଶନ ର ସୁଯୋଗ ମିଳିବ । ସେଥିଯୋଗୁ ସାକ୍ଷୀଗୋପାଳ ଚଳଚଞ୍ଚଳ ହୋଇପଡିଛି ।  ସାକ୍ଷୀଗୋପାଳ ପ୍ରସିଦ୍ଧ ଅଁଳାନବମୀ ଯାତ୍ରାର ଜିଲ୍ଲା ଓ ବ୍ଳକ ପ୍ରଶାସନ ଓ ଶାନ୍ତି ଶୃଙ୍କଳା ପାଇଁ ପୋଲିସ ପକ୍ଷରୁ କରାଯାଇଥିବା ଆୟୋଜନର ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଓ ଏସପି  ଡ. ଉମାଶଙ୍କର ଦାଶ   । ସୋମବାର ଅପରାହ୍ନରରେ ସାକ୍ଷୀଗୋପାଳ ସିଂହଦ୍ୱାର ଠାରେ  ପହଞ୍ଚି  ସମୀକ୍ଷା ସହ ଅଧିକାରୀ ମାନଙ୍କ ସହ ଆଲେଚନା କରିଥିଲେ  । ବିଶେଷ କରି ମନ୍ଦିରର ଚାରେଟି ଦ୍ୱାର ବୁଲିକି ଦେଖିବା ସହ କେଉଁପଟେ ଭିଆଇପି ମାନେ ଦର୍ଶନ କରିବେ ଏବଂ ସାଧାରଣ ଭକ୍ତ ମାନେ କେଉଁ ପଟେ ଦର୍ଶନ କରିବେ ତାହା ବୁଲିକି ଦେଖିଥଲେ ପୁରୀ ଜିଲ୍ଲାପାଳ ଓ ଏସପି ।  ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତ, ଥାନା ଆଇଆଇସି ଶକୁନ୍ତଳା ପତିଙ୍କ ସହିତ ଆଲେଚନା କରିଥିଲେ  । ଭକ୍ତମାନେ କିପରି ଠାକୁରଙ୍କୁ ସୁବିଧାରେ ଦର୍ଶନ କରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ  ବ୍ୟାପକ ବ୍ୟବସ୍ଥା କରିଛି ।  ପ୍ରଶାସନ ପକ୍ଷରୁ ଶ୍ରୀ ରାଧା ଉତ୍ସବ ଉପଲକ୍ଷେ ବକୁଳବନ ପଡିଆରେ ପଲ୍ଲୀଶି ମେଳା ପଡିଛି । ବିଭିନ୍ନ ବ୍ୟବସାୟୀ ମାନେ ସେମାନଙ୍କର ପ୍ରସରା ଖୋଲି ସାରିଛନ୍ତି ।   ମନ୍ଦିର ସିଂହଦ୍ୱାରକୁ ଫୁଲ ମାଳାରେ ସଜ୍ଜିତ କରାଯିବା ସହ ରଙ୍ଗବେରଙ୍ଗର ଆଲୋକ ମାଳାରେ ସଜିତ କରାଯାଇଛି  । ବିଦ୍ୟୁତ ବିଭାଗ ପକ୍ଷରୁ ନିରିବଛିନ୍ନ  ବିଦ୍ୟୁତ ଯୋଗାଣ ଓ ରାସ୍ତା ଘାଟରେ ଉଚ୍ଚ ସମ୍ପନ୍ନ ଆଲୋକ  ଲଗାଯାଇଛି ।    ଅତିରିକ୍ତ ଜିଲାପାଳ ଓ ଉପଜିଲାପାଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ସତ୍ୟବାଦୀ ଆଇଆଇସି , ବିଡିଓ , ତହସିଲଦାର ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଯାତ୍ରାସ୍ଥଳରେ ଉପସ୍ଥିତ ରହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
 D Senapati
Sakhigopal 

Blog Archive

Popular Posts